Wq/or/କବିତା/ସନ୍ଥ କବୀର/ ୧୦୦: ଧାର୍ମିକ ନା ଅଧର୍ମୀ

From Wikimedia Incubator
< Wq‎ | or

ଧାର୍ମିକ ନା ଅଧର୍ମୀ[1][edit | edit source]

ଧାର୍ମିକ ନୁହେଁ, ନା ମୁଁ ଅଧର୍ମୀ, ସାଧୁ ନୁହେଁ ବା ମୁଁ କାମୀ,
କହେ ନାହିଁ ମୁଁ, ଶୁଣେ ବି ନାହିଁ, ନୁହେଁ ସେବକ ବା ସ୍ଵାମୀ ।
ନୁହେଁ ମୁଁ ବନ୍ଧା, ନୁହେଁ ମୁଁ ମୁକ୍ତ, ସୁଖୀ ବା ଦୁଃଖୀ ନୁହେଁ,
କାହାଠାରୁ ମୁଁ ନିଆରା ନୁହେଁ, କାହା ଅନୁରକ୍ତ ନୁହେଁ ।
ନରକ ଯାତ୍ରା କରେ ନାହିଁ ମୁଁ, ନା କରେ ସ୍ଵର୍ଗକୁ ଯାତ୍ରା,
ସଭିଙ୍କ କର୍ମ ମୋ ନିଜ କର୍ମ, କର୍ମଠାରୁ ବି ନିଆରା ।
ବିରଳ କେହି ଏ ମତ ବୁଝେ, ଅଟଳ ଯେ ବସିଥାଏ,
କବୀର ମତ ଥାପେନି ଉପରେ, କାହା ମତ ନା ମିଟାଏ ।

ଆଧାର[edit | edit source]

  1. http://www.detoxifynow.com/kabir-songs.htm