Wq/or/କବିତା/ସନ୍ଥ କବୀର/୯୩: ଝିନରେ ଝିନରେ ଝିନ ଉତ୍ତରୀୟ

From Wikimedia Incubator
< Wq‎ | or

ଝିନରେ ଝିନରେ ଝିନ ଉତ୍ତରୀୟ[1][edit | edit source]

ଝିନରେ ଝିନରେ ଝୀନ ଉତ୍ତରୀୟ, ଝିନରେ ଝିନରେ ଝୀନ ଉତ୍ତରୀୟ,
ଅଷ୍ଟ କମଳ ଦଳ ଚରଖା ବୁଲେ, ପଞ୍ଚ ତତ୍ତ୍ଵ ତିନି ଗୁଣ ଉତ୍ତରୀୟ ।
ବୁଣିବାକୁ ପ୍ରଭୁ ଦଶ ମାସ ଲାଗେ, ଟାଣି ଟାଣି ସୂତା ବୁଣେ ଉତ୍ତରୀୟ,
ସୁଷୁମ୍ନା ସୂତାରେ ବୁଣା ଉତ୍ତରୀୟ, ରଙ୍ଗ ମିସ୍ତ୍ରୀ ଘରୁ ନେଲେ ଉତ୍ତରୀୟ ।
ଏମିତି ଉତ୍ତମ ରଙ୍ଗ ବୋଳିଦେଲେ, ଲୋହିତ ଲୋହିତ ହେଲା ଉତ୍ତରୀୟ,
ରାମ ନାମ ରସ ଭିଜା ଉତ୍ତରୀୟ, ଝିନରେ ଝିନରେ ଝୀନ ଉତ୍ତରୀୟ ।
ମୂରୁଖ ମାନବ ମାନବ ମୂଲ୍ୟ ଜାଣେନାହିଁ, ପ୍ରତି ଦିନ ନଷ୍ଟ କରେ ଉତ୍ତରୀୟ,
ସୁର ନର ମୁନି ପିନ୍ଧି ଉତ୍ତରୀୟ, ପିନ୍ଧି ପିନ୍ଧି ମଇଳା କଲେ ଉତ୍ତରୀୟ ।
ଧ୍ରୁବ ପ୍ରହଲ୍ଲାଦ ସମସ୍ତେ ପିନ୍ଧିଲେ, ସୁକଦେବ ସଫା କଲେ ଉତ୍ତରୀୟ,
ଦୁଇ ଦିନ ପାଇଁ ତୁମେ ପାଇଗଲ, ସଂଶୟ ନ କରି ପିନ୍ଧ ଉତ୍ତରୀୟ ।
କବୀର ଦାସ ପିନ୍ଧି ଯତନରେ ଯଥା ପୂର୍ବ ରଖି ଗଲେ ଉତ୍ତରୀୟ,
ଝିନରେ ଝିନରେ ଝୀନ ଉତ୍ତରୀୟ, ଝିନରେ ଝିନରେ ଝୀନ ଉତ୍ତରୀୟ ।
କବୀର, ଯେବେ ମୁଁ ଜନମ ହେଲି, ଧରା ହସିଲା ମୁଁ କ୍ରନ୍ଦନ କଲି,
ଏମିତି କାମ ମୁଁ କରି ଚାଲିବି, ଧରା କାନ୍ଦିବ ମୁଁ ହସି ଫେରିବି ।

ସନ୍ଥ କବୀର ଏହି କବିତାରେ ଶରୀରକୁ ଏକ ଚାଦର ବା ଉତ୍ତରୀୟ ସାଥୀରେ ତୁଳନା କରିଛନ୍ତି ଯେପରି ଭଗବତ୍ ଗୀତାରେ ଲେଖା ହୋଇଛି ଯଥା
ବାସାଂସି ଜୀର୍ନ୍ନାନି ଯଥା ବିହାୟ ନବାନି ଗୃହ୍ଣାତି ନରୋପରାଣି ।
ତଥା ଶରୀରାଣି ବିହାୟ ଜୀର୍ନ୍ନାନ୍ୟନ୍ୟାନି ସଂଯାତି ନବାନି ଦେହୀ । [2]
 

ଆଧାର[edit | edit source]

  1. http://rajenjani.wordpress.com/2011/03/29/jhini-re-jhini-re-chadariya/
  2. http://www.asitis.com/2/22.html