Wq/or/କବିତା/ସନ୍ଥ କବୀର/୯୧: ତତ୍‌କ୍ଷଣାତ୍

From Wikimedia Incubator
< Wq‎ | or

ତତ୍‌କ୍ଷଣାତ୍ [1][edit | edit source]

ପ୍ରଭୁ ସହିତ ଭାବନ ମନ, କଥାରେ କି ପ୍ରୟୋଜନ,
ଅମୂଲ୍ୟ ରତ୍ନ ବାନ୍ଧି ରଖିଛି, ଅନାବଶ୍ୟକ ଦର୍ଶନ ।

ଜିନିଷ ପଲା ଉର୍ଦ୍ଧ୍ଵକୁ ଗଲେ କରନ୍ତି ପୁନଃ ଓଜନ,
ନିମ୍ନରେ ଥିଲେ ଆହୁରି ଥରେ ଓଜନ ନିଷ୍ପ୍ରୟୋଜନ ।

ମନ ରାନ୍ଧିଛି ଭକ୍ତି ମଦିରା, ଅତୀବ ତୀବ୍ର ସେହି,
ଗଳାରେ ଢାଳି ମଦ୍ୟପ ହୁଏ, ମାପିବାକୁ ବେଳ କାହିଁ ।

ହଂସ ପାଇଲେ ସୁନ୍ଦର ହ୍ରଦ ପୁଷ୍କରିଣୀ ଖୋଜେ କାହିଁ,
ପ୍ରଭୁ ଅଛନ୍ତି ଦେହ ଭିତରେ, ବାହାରେ ଝାଙ୍କିବି କାହିଁ ।

କବୀର କହେ ଶୁଣ ହେ ସାଧୁ, ଖୋଜିଲେ ପ୍ରଭୁଙ୍କୁ ମୁହିଁ,
ମିଳନ୍ତି ସେହି ତତ୍କାଳ ମୋତେ, ବିଳମ୍ଵ କଦାପି ନାହିଁ ।

ଆଧାର[edit | edit source]

  1. Kabir_Excerpts.pdf