Wq/or/କବିତା/ସନ୍ଥ କବୀର/୯୦: ଦର୍ପଣ ଚିକ୍କଣ ରଖ
Appearance
ଦର୍ପଣ ଚିକ୍କଣ ରଖ[1]
[edit | edit source]ହେ ଅବିବେକୀ! !, ସାନ୍ନିଧ୍ୟ ଖୋଜସାଧୁ ସତ୍ ଗୁରୁଙ୍କର,
ଚିନ୍ତାରେ ଥିଲା ଏହି ବିଷୟ, ଭାବିଥିଲ ବାରମ୍ଵାର ।
ବେଳ ଆସିଲେ ନଦୀ ଲଙ୍ଘିବା, ଟାଳି ତୁ ପାରିବୁ ନାହିଁ,
ନାଉରିଆକୁ ଲୋଡିବୁ ତୁହି, ଭବ ସିନ୍ଧୁ ପାର ପାଇଁ,
ନିର୍ମଳ ପ୍ରତିବିମ୍ଵ ଲୋଡିଲେ କାଟ ଭବ ମୋହ ସୁଖ,
ଧୂଳି ମଇଳା ପୋଛି ଦେଇ ତୁ ଦର୍ପଣ ଚିକ୍କଣ ରଖ ।
ଦର୍ପଣରେ ଧୂଳି ମଇଳା ଥିଲେ ପ୍ରତିବିମ୍ଵ ମିଳେ କାହିଁ ?
ଯଦି କେହି ବା କରେ ପ୍ରଶଂସା, ସୁଖ ହୁଏ କ୍ଷଣସ୍ଥାୟୀ ।
ଶରୀର ଦୁର୍ଗ ଭୁଷୁଡି ଗଲେ ଆତ୍ମା ଚାଲିବ ଏକାକୀ,
ନିଜ କର୍ମ ବିଶ୍ଳେଷଣ କର, କହେ କବୀର ମୋ ଭାଇ ।
କବୀର କହେ ସଂହାର ମଞ୍ଜି କର୍ମର ବନ୍ଧନ ମତେ,
ନ କାଟିଲେ ମୃତ୍ୟୁ ପଞ୍ଝାରେ ଧରି କରିବ ଲୁଣ୍ଠନ ତୋତେ ।
ଆଧାର
[edit | edit source]- ↑ www.urbanmysticbooks.com/Kabir_Excerpts.pdf