Wq/or/କବିତା/ସନ୍ଥ କବୀର/୮୮: ନିର୍ମଳ ଭକ୍ତି
Appearance
ନିର୍ମଳ ଭକ୍ତି [1]
[edit | edit source]ହେ ପ୍ରିୟ ଜନ, ଅତି କଠିନ, ହୃଦେ ପ୍ରଭୁ ଅନୁଭବ,
ବଞ୍ଚିବା ବେଳେ ନ ହେଲେ ଏହା ଅସମ୍ପୂର୍ଣ୍ଣ ରହେ ଜୀବ ।
ମୃଗ ଯେପରି ତନ୍ମୟ ହୋଇ ଶୁଣି ଶିକାରୀ ବାଦନ,
ନିର୍ଭୟ ହୋଇ ସମର୍ପି ଦିଏ ନିଜ ଅମୂଲ୍ୟ ଜୀବନ ।
ସତୀ ଯେପରି ନିର୍ଭୟ ହୋଇ ତ୍ୟାଗ କରି ଘର ଦ୍ଵାର,
ପତି ଆତ୍ମାରେ ମିଶିବା ପାଇଁ ଚିତାରେ ପଶେ ସତ୍ତ୍ଵର ।
ଲକ୍ଷ ସାଧନ ହେବା ନିମିତ୍ତ ହୁଅ ଚାତକ ସମାନ,
ଯେତେ ତୃଷାର୍ତ୍ତ ହୋଇଲେ ମଧ୍ୟ ବାରିଦ ଜଳକୁ ମନ ।
ସାହସୀ ହୁଅ ଯୋଦ୍ଧା ସମାନ ଯେ ଲଢ଼େ ଯୁଦ୍ଧ ସମ୍ମୁଖ,
ଖଣ୍ଡ ବିଖଣ୍ଡ ହେଲେ ବି କେବେ ହୁଏ ନାହିଁ ପରାଙ୍ମୁଖ ।
ସଂସାର ଛାଡି ତୁମେ ପ୍ରଭୁଙ୍କ ବାସ୍ତବିକତାକୁ ଚହ୍ନ,
କବୀର, ସାଧୁ ଶୁଣି କର ତୁ ହୃଦୟ ଭକ୍ତି ନିମଗ୍ନ ।
ଆଧାର
[edit | edit source]- ↑ www.urbanmysticbooks.com/Kabir_Excerpts.pdf