Wq/or/କବିତା/ସନ୍ଥ କବୀର/୮୫: ଉଡ଼ି ଚାଲିଯିବ ହଂସ ଏକାକୀ
Appearance
ଉଡ଼ି ଚାଲିଯିବ ହଂସ ଏକାକୀ [1]
[edit | edit source]ଉଡ଼ି ଚାଲିଯିବ ହଂସ ଏକାକୀ, ରହିବ ଧରା ମେଳଣ,
ଥରେ ଝଡ଼ିଗଲେ ଗଛରୁ ପତ୍ର, ମିଳିବା ଅତି କଠିନ ।
କିଏ କହିବ ପଡ଼ିବା ସ୍ଥାନ, ଲାଗିଲେ ସୁଅ ପବନ,
ଯେବେ ଆସିବ ପ୍ରଭୁ ହୁକୁମ,ହେବ ତୋ ଆୟୁଷ ପୂର୍ଣ୍ଣ ।
ଯମର ଦୂତ ଅତି ମଜ୍ବୁତ୍, ତାଙ୍କର ନିର୍ଦ୍ଦେଶ ନିଏ,
କବୀର ଗାଏ ସଭିଙ୍କ ଗୁଣ, ସମସ୍ତଙ୍କୁ ଭଲ ପାଏ,
ଗୁରୁ କର୍ମ ଫଳ ନିଜେ ଭୋଗନ୍ତି, ଚେଲା କର୍ମ ଫଳ ପାଏ ।
ଆଧାର
[edit | edit source]- ↑ www.poemhunter.com/poem/the-last-flight/