Jump to content

Wq/or/କବିତା/ସନ୍ଥ କବୀର/୧୫:ଯେଉଁଠି ଖେଳେ ବସନ୍ତ ରାଜା

From Wikimedia Incubator
< Wq | or
କବିତା > ସନ୍ଥ କବୀର > ୧୫:ଯେଉଁଠି ଖେଳେ ବସନ୍ତ ରାଜା

ଯେଉଁଠି ଖେଳେ ବସନ୍ତ ରାଜା [1]

[edit | edit source]

ଯେଉଁ ସ୍ଥାନରେ ଋତୁଙ୍କ ରାଜା ବସନ୍ତ ଶାସନ କରେ,
ଅଣବଜା ବାଜା ଝଙ୍କୃତ ହୁଏ, ଆଲୋକ ଚାରି ଦିଗରେ ।୧।

ଅଳ୍ପ ସଂଖ୍ୟକ ମଣିଷ ଯାଏ ଦୂରସ୍ଥ କୂଳ ଦିଗରେ,
ଅସଂଖ୍ୟ କୃଷ୍ଣ ଦେଖା ଯାଆନ୍ତି, ରହନ୍ତି ଯୋଡ ହସ୍ତରେ ।୨।

ଅସଂଖ୍ୟ ବିଷ୍ଣୁ ମୁଣ୍ଡ ନୁଆନ୍ତି, ବ୍ରହ୍ମା ଗାଉଥାନ୍ତି ବେଦ,
ସମାଧି ସ୍ଥିତ ରପସ୍ୟା ରତ ଅଗଣିତ ମହାଦେବ ।୩।

ଅସଂଖ୍ୟ ଇନ୍ଦ୍ର ଆକାଶ ମଧ୍ୟେ ରଖନ୍ତି ତାଙ୍କ ନିବାସ,
ଅସଂଖ୍ୟ ଦେବ ଦେବୀ ସହିତ ମୁନୀ ଋଷିଙ୍କର ବାସ । ୪।

ସଂଗୀତ ଦେବୀ ସରସ୍ଵତୀ ସେ ବୀଣା କରନ୍ତି ବାଦନ,
ପରମାତ୍ମାଙ୍କ ଦର୍ଶନେ ଖେଳେ, ସୁଗନ୍ଧ ପୁଷ୍ପ ଚନ୍ଦନ । ୫।

ଆଧାର

[edit | edit source]
  1. http://en.wikisource.org/wiki/One_Hundred_Poems_by_Kabir