Wq/or/କବିତା/ସନ୍ଥ କବୀର/୮୮: ନିର୍ମଳ ଭକ୍ତି

From Wikimedia Incubator
< Wq‎ | or

ନିର୍ମଳ ଭକ୍ତି [1][edit | edit source]

ହେ ପ୍ରିୟ ଜନ, ଅତି କଠିନ, ହୃଦେ ପ୍ରଭୁ ଅନୁଭବ,
ବଞ୍ଚିବା ବେଳେ ନ ହେଲେ ଏହା ଅସମ୍ପୂର୍ଣ୍ଣ ରହେ ଜୀବ ।

ମୃଗ ଯେପରି ତନ୍ମୟ ହୋଇ ଶୁଣି ଶିକାରୀ ବାଦନ,
ନିର୍ଭୟ ହୋଇ ସମର୍ପି ଦିଏ ନିଜ ଅମୂଲ୍ୟ ଜୀବନ ।

ସତୀ ଯେପରି ନିର୍ଭୟ ହୋଇ ତ୍ୟାଗ କରି ଘର ଦ୍ଵାର,
ପତି ଆତ୍ମାରେ ମିଶିବା ପାଇଁ ଚିତାରେ ପଶେ ସତ୍ତ୍ଵର ।

ଲକ୍ଷ ସାଧନ ହେବା ନିମିତ୍ତ ହୁଅ ଚାତକ ସମାନ,
ଯେତେ ତୃଷାର୍ତ୍ତ ହୋଇଲେ ମଧ୍ୟ ବାରିଦ ଜଳକୁ ମନ ।

ସାହସୀ ହୁଅ ଯୋଦ୍ଧା ସମାନ ଯେ ଲଢ଼େ ଯୁଦ୍ଧ ସମ୍ମୁଖ,
ଖଣ୍ଡ ବିଖଣ୍ଡ ହେଲେ ବି କେବେ ହୁଏ ନାହିଁ ପରାଙ୍ମୁଖ ।

ସଂସାର ଛାଡି ତୁମେ ପ୍ରଭୁଙ୍କ ବାସ୍ତବିକତାକୁ ଚହ୍ନ,
କବୀର, ସାଧୁ ଶୁଣି କର ତୁ ହୃଦୟ ଭକ୍ତି ନିମଗ୍ନ ।

ଆଧାର[edit | edit source]

  1. www.urbanmysticbooks.com/Kabir_Excerpts.pdf