Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ଗୌରଚରଣ ଅଧିକାରୀ

From Wikimedia Incubator
< Wq‎ | or

ନୀଳଚକ୍ରେ ହୋ ଦେଖ ଉଡୁଛି ବାନା[edit | edit source]

(ଗୌରଚରଣ ଅଧିକାରୀ)

   ନୀଳଚକ୍ରେ ହୋ, ଦେଖ ଉଡୁଛି ବାନା
  ପତିତପାବନ ନାମ ଟି ଯା' ନାଁ ||ଘୋଷା||
ଆସ ଆସ ବୋଲି‌‌‌ ପାତକୀମାନଙ୍କୁ
  ଡାକୁଅଛି ପରା ସଂଗାତ ! ଅନା
ନେତ ଧ୍ୱଜାବର ଉଡି ଫରଫର
ଉଡାଇ ଦେଉଛି ଭବ ଯାତନା ||୧||
ପଞ୍ଚକୋଶୀଯାଏ ଜନେ ଦେଖାଯାଏ
ଦର୍ଶନେ କଳ୍ମଷ ହୁଅଇ ଚୁନା
ଚଉଦ ବ୍ରହ୍ମାଣ୍ଡ କର ତାଙ୍କ ଲୀଳା
ଶଙ୍ଖନାଭି କ୍ଷେତ୍ରେ ବିଚିତ୍ର ସିନା||୨||
ସଳଖ ସୁନ୍ଦର ବଡଦାଣ୍ଡ ଶୋଭା
ମର୍ତ୍ତ୍ୟମଣ୍ଡଳରେ କାହିଁ ଅଛି ନା
ଶରଧା ବାଲିରୁ ସ୍ୱର୍ଗଦ୍ୱାର ଯାଏଁ
ଗହଳ ଚହଳ ନୁହେଁ କଳନା ||୩||
ପାପ ଛଡାପୁରେ ବାସ କରିବାକୁ
ଯାହାକୁ ତାହାକୁ ନୁହଁଇ ମନା
 ଆଚାଣ୍ଡଳ ବିପ୍ର‌‌‌‌‌‌ ପତ୍ରକେ ଭୁଞ୍ଜିବା
ବଡ ଆଚମ୍ବିତ ଲଗାଇ କିନା ||୪||
ଗୌର ଦ୍ୱିଜ ଭଣି‌‌ ଶ୍ରୀକ୍ଷେତ୍ର ରହଣି
ପାଇଁ କରୁଥାଇ ସଦା ଭାବନା
ସତେ ହେବେ ସାହା ବଳିଆର ବାହା
ସଂପୂର୍ଣ୍ଣ କରିବି ମନ କାମନା ||୫||