Jump to content

Wq/or/କବିତା/ସନ୍ଥ କବୀର/୨୭:ଗୁରୁ ଦୟାରୁ ହେଲି ମୁଁ ଜ୍ଞାତ

From Wikimedia Incubator

ଗୁରୁ ଦୟାରୁ ହେଲି ମୁଁ ଜ୍ଞାତ [1][edit | edit source]

ଗୁରୁ ଦୟାରୁ ହେଲି ମୁଁ ଜ୍ଞାତ,
ଅଜ୍ଞାତ ଥିଲେ ଯେ ମୋ ନିମିତ୍ତ ।

ଶିଖିଥିଲି ମୁଁ ତାଙ୍କ ପାଖରେ,
ଚାଲି ପାରିବ ବିନା ପାଦରେ ।

ଦେଖି ପାରିବ ବିନା ଚକ୍ଷୁରେ,
ଶୁଣି ପାରିବ ବିନା କର୍ଣ୍ଣରେ ।

ପାନ କରିବ ପାଟି ବିହୁନେ,
ଉଡ଼ି ପାରିବ ଡେଣା ବିହୁନେ ।

ଆଣି ସାରିଛି ପ୍ରୀତି ଓ ଧ୍ୟାନ,
ରଖିଛି ତାଙ୍କୁ ଏପରି ସ୍ଥାନ ।

ନାହିଁ ଯେଉଁଠି ସୂର୍ଯ୍ୟ ଓ ଚନ୍ଦ୍ର,
ନାହିଁ ସେଠାରେ ଦିବସ ରାତ୍ର ।

ଅମୃତ ମିଠା ନ ପିଇ ପାଏ,
ବିନା ଜଳରେ ତୃଷ୍ଣା ମେଣ୍ଟାଏ ।

ଆନନ୍ଦେ ମିଳେ ପରମାନନ୍ଦ,
ବିନା ବୋଧରେ କି ପ୍ରକାଶ ସାଧ୍ୟ ।

କବୀର କହେ ଗୁରୁ ମହିମା,
ଏପରି ବଡ଼ ନାହିଁ ଉପମା ।

ଯେ କେହି ହୁଏ ଶିଷ୍ୟ ତାଙ୍କର,
ନାହିଁ ସୌଭାଗ୍ୟ, ତାଠୁ କାହାର ।

ଆଧାର[edit | edit source]

ପ୍ରଭଞ୍ଜନ ତ୍ରିପାଠୀ ଡ଼ଙ୍ଗରଭେଜା,,,,

ଗୁରୁ ତୁମେ,ବ୍ରମ୍ହ ଗୁରୁ ତୁମେ ପରଂବ୍ରହ୍ମ ଏ ସାରା ସୃଷ୍ଟି ର ଆଦି ଅନାଦି,,,, ତୁମେ ପିତା,ତୁମେ ମାତା,,, ତୁମେ ସକଳ ଜ୍ଞାନ ଦାତା,,,

  1. http://en.wikisource.org/wiki/One_Hundred_Poems_by_Kabir