Wq/or/କବିତା/ସନ୍ଥ କବୀର/୨୪:ପ୍ରେମ ନିମନ୍ତେ ଅନନ୍ତ କାଳ
Appearance
(Redirected from Wq/or/କବିତା/ ସନ୍ଥ କବୀର/୨୪: ପ୍ରେମ ନିମନ୍ତେ ଅନନ୍ତ କାଳ)
ପ୍ରେମ ନିମନ୍ତେ ଅନନ୍ତ କାଳ [1]
[edit | edit source]ପ୍ରେମ ନିମନ୍ତେ ଅନନ୍ତ କାଳ,
ବଞ୍ଚିବାକୁ ମୁଁ ହୁଏ ବିକଳ ।
ଅନ୍ୟ ସମସ୍ତ କରି ମୁଁ ଦୂର,
ପୋଷିଛି ଏ ଆଶା ହୃଦ ଭିତର ।
ପଦ୍ମ ଯେପରି ରହି ଜଳରେ,
ପୁଷ୍ପିତ ହୁଏ ଅପରୁପରେ ।
ତଥାପି ଜଳ ପଦ୍ମକୁ ସ୍ପର୍ଶ,
କରି ନ ପାରି ହୁଏ ବିମର୍ଷ ।
ପତ୍ନି ଯେପରି ଅଗ୍ନିରେ ଝାସ,
ଦିଏ କେବଳ ପ୍ରେମ ସକାଶ ।
ଜଳି ଯାଏ ସେ ପ୍ରେମ ନିମନ୍ତେ,
ଦୁଃଖ କଲେ ବି ଅନ୍ୟ ସମସ୍ତେ ।
ପାର କରିବା ଭବ ସାଗର,
ଗଭୀର ଜଳ ଅତି ଦୁଷ୍କର ।
କବୀର କହେ ଶୁଣ ହେ ସନ୍ଥ,
ଅଳ୍ପ ଲଙ୍ଘନ୍ତି ଅନନ୍ତ ପଥ ।