Wq/or/ଶ୍ରୀ ଜଗନ୍ନାଥ ଭଜନ/ମାଧବୀ ଦାସ

From Wikimedia Incubator
< Wq‎ | or

ଚକାନୟନ ହେ...[edit | edit source]

(ମାଧବୀ ଦାସୀ)

                     ଚକାନୟନ ହେ ! ଜଗୁ ଜୀଵନ ଶ୍ରୀହରି
                      କାତରେ ଜଣାଣ କରୁଛି ଛାମୁରେ
                       ଶୁଣ ପ୍ରଭୁ ଶ୍ରୁତି ଡେରି ।।ଘୋଷା।।୦।।
କେତେ ସଙ୍କଟୁ କାହାକୁ ରଖି ନାହଁ_ ଦୟାଳୁ ସାରଙ୍ଗଧାରୀ
ତା' ବର୍ଣ୍ଣି ବସିଲେ ପୋଥିକର ପାଠ_ କି ବର୍ଣ୍ଣିବ ଏ ପାମରୀ।।୧।।

ଅହଲ୍ୟା ତାରଣ ଦ୍ରୌପଦୀ କଷଣ_ ହେଳେ ଦେଇଛ ନିବାରି
ମୃଗୁଣୀ ଆରତ ଜାଣି ଜଗନ୍ନାଥ_ ବିପଦୁ ଦେଲ ଉଧାରି।।୨।।

ଶବରୀକି ଦିବ୍ୟ ଗତି ଯାଚି ଦେଲ_ ତା' ଉଚ୍ଛିଷ୍ଟ ଭକ୍ଷି କରି
ମୀରା କରମାଙ୍କ ଭାବେ ହୋଇ ରଙ୍କ_ ସ୍ଥାନ ଦେଲ ବ୍ରଜପୁରୀ।।୩।।

ଜୀଵନ୍ତୀ ପିଙ୍ଗଳା ଆଦି ବାରବାଳା_ ସଂସାରୁ ଗଲେ ନିସ୍ତରି
ଅପାର ମହିମା କେତନ ଉଡାଇ_ ରଖିଛ କୀରତି ଶିରୀ।।୪।।

ମୁଁ ଛାର ନିର୍ମାଖୀ ତୁମ୍ଭର ସେବକୀ_ ପଣ କୁ ଅଯୋଗ୍ୟ ନାରୀ
କରୁଛି ଦିଇନି ଯୋଡି କର ବେନି_ ଶୁଣ ମାଧବୀ ଗୁହାରି।।୫।।