Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ହାଡ଼ି ଦାସ

From Wikimedia Incubator
< Wq‎ | or

ଆହେ ପ୍ରଭୁ କଳାଶ୍ରୀମୁଖ[edit | edit source]

(ହାଡ଼ି ଦାସ)

ଆହେ ପ୍ରଭୁ କଳାଶ୍ରୀମୁଖ !
ତୁମ୍ଭ ରଥଯାତ ଦେଖି ନ ପାରିଲି,
ଦେବାରୁ ଦାରୁଣ ଦୁଃଖ।।

କେତେ କେତେ ମହା ଭକତମାନଙ୍କୁ,
କଢ଼ାଇ ନେଇଛ ପଥ।
ମୋତେ ଏତେବେଳେ ଏକା କରାଇଲ,
ଦେଖିବାକୁ ଅସମର୍ଥ।।

ଯେବେ ନିକଟକୁ ନ ନେଲ ଗୋସାଇଁ
ମନେ କେଉଁ କଥା ପାଞ୍ଚି।
ଏଇଠାରେ ତୁମ ରଥ ମୁଁ କରିବି,
ଆସିବ ନା ତୁମେ ଘୁଞ୍ଚି।।

ଦେଖାଯାଉ ଭଲା ହଟିଆ ନାଗର,
କେତେ ଲଗାଇବୁ ହଟ।
ନିଶ୍ଚୟ କରିବି ଛତିଆ ଗ୍ରାମରେ,
ତୋହରି କଳପବଟ।।

କାଳକାଳକୁ ଏ କଥା ରୁହାଇବି,
ଦେଖିବେ ସଂସାର ଜନେ।
ହାଡ଼ିଆ କମାର ଆଣ୍ଟ କି ଭାଜିବ,
ଶ୍ରୀହରି ବୋଲି ବଦନେ।।