Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ସାରିଆ ଭିକ

From Wikimedia Incubator
< Wq‎ | or

ଥକାମନ ଚାଲ ଯିବା[edit | edit source]

(ସାରିଆ ଭିକ)

ଥକାମନ ଚାଲ ଯିବା
ଚକା ନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ_
                    ବେନି ନେତ୍ର ପଖାଳିବା।।ଘୋଷା।।

ବାଟରେ ବାଟ ମଙ୍ଗଳା
ଦେଖିବା ଅଠର ନଳା
ପାଞ୍ଚ ମନ ଏକ ମେଳେ_
                        ନରେଂଦ୍ରେ ସ୍ନାନ କରିବା।।୧।।

ପହଞ୍ଚିବା ବଡ଼ ଦାଣ୍ଡେ
ସେ ରେଣୁ ପାଇବା ତୁଣ୍ଡେ
ଛତା ତଳେ ରହି ଦଣ୍ଡେ_
                        ସାଧୁଙ୍କ ସେବା କରିବା।।୨।।

ସିଂହଦ୍ୱାରେ ଭିଡାଭିଡି
ବାଜୁଅଛି ବେତ ବାଡ଼ି
ଠେଲି ଦେଇ ଯିବା ମାଡ଼ି_
                        ଧକା ବାଜିଲେ ସହିବା।।୩।।

ବାଇଶି ପାବଚ୍ଛେ ବିକା
ହେଉଛି କୈବଲ୍ୟ ଚଖା
ହାଣ୍ଡିକ ପଡେ ସିଉକା_
                        ମନ ରଙ୍କା ଛଡ଼ାଇବା।।୪।।

ଗରୁଡ଼ ପଛରେ ଦେଖ
ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ_
                      ବଳରାମଙ୍କୁ କହିବା।।୫।।