Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ଭିକାରୀ
ଦୀନ ବନ୍ଧୁହେ[edit | edit source]
ଦୀନବନ୍ଧୁ ହେ ! ବାରେ ଘେନ ଜଣାଣ
ଏ ମହାଦୁଃଖକୁ ମୋର ଶୀଘ୍ର କର ଦହନ।।ଘୋଷା।।
ସତ୍ୟ ତ୍ରେତା ଦ୍ୱାପର_ କଳିରେ ଅବତାର
ବସିଛ ନୀଳକନ୍ଦର
ହୋଇ ପରା ମଉନ।।୧।।
ତୁମ୍ଭ ନାମ ଶୁଣି ହନୁ_ ଅଇଲା ଲଙ୍କାଭୁବନୁଁ
ବିଂଶ ବାହୁ ବିନାଶିଣ
ବିଭୀଷଣ ରାଜନ।।୨।।
କୁରୁପତି ସଭାତଳେ_ ଦ୍ରୌପଦୀ ଆତଙ୍ଗକାଳେ
କୋଟି ବସ୍ତ୍ର ଦେଲ ହେଳେ
ଲଜ୍ଜା ତା' ନିବାରଣ।।୩।।
ବନସ୍ତେ ଡାକେ ହରିଣୀ_ ରଖ ଆହେ ଚକ୍ରପାଣି
ସେ ଡାକ କର୍ଣ୍ଣରେ ଶୁଣି
ରଖିଛ ଭଗବାନ।।୪।।
ଅଗାଧ ଜଳରେ ଗଜ_ ଉଦ୍ଧରିଲ ଦେବରାଜ
କାକ ପଡି ଚତୁର୍ଭୁଜ
ହେଲାଟି ଘେନି ନାମ।।୫।।
ଶ୍ରୀଗୁରୁଦେଵ ଚରଣେ_ ଚିତ୍ତ ରହୁ ଅନୁକ୍ଷଣେ
ବାଇ ଭିକରିଆ ଭଣେ
ଦୁଃଖ କର ଦହନ।।୬।।