Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ବ୍ରଜନାଥ ବଡ଼ଜେନା

From Wikimedia Incubator
< Wq‎ | or

ଚିତ୍ତ ଚିନ୍ତ ଜଗନ୍ନାଥ କଳାମୁଖକୁ[edit | edit source]

(ବ୍ରଜନାଥ ବଡ଼ଜେନା)

ଚିତ୍ତ ଚିନ୍ତ ଜଗନ୍ନାଥ କଳାମୁଖକୁ।
ପାଇବୁ ପରମାନନ୍ଦ ସୁଖକୁ ରେ।
ଅରୁଣ ରଙ୍ଗ ଅଧର ଆହା କେଡେ ମନୋହର
ହସୁଥିଲା ପ୍ରାୟେ ଦିଶେ ପାଖକୁ ରେ।।

ପ୍ରବଳ ବିପୁଳ ବାହା ଟେକିବା ଭଙ୍ଗିକି ଚାହାଁ
ଯାହା ତଳେ ରଖନ୍ତି ଅରକ୍ଷକୁ ରେ।।

ସୁନିଶ୍ଚଳ ଚକାଆଖି ଚାହିଁଲେ କରି ନିରେଖି
ନ ଯିବୁ ଯମ ଦଣ୍ଡ ପାଖକୁ ରେ।।

କରୁଣାରେ ପରିପୂର୍ଣ୍ଣ ଢାଳେ ପଙ୍କଜ ନୟନ
ତାରୁଛନ୍ତି ପାପୀ ଲକ୍ଷ ଲକ୍ଷକୁ ରେ।।

ଅଟନ୍ତି ସେ ଭାବଗ୍ରହୀ ଶ୍ରୀବତ୍ସ ପାଦକୁ ବହି
ଅଛନ୍ତି ଅନାଉ କିନା ବକ୍ଷକୁ ରେ।।

କର୍ଣ୍ଣେ ମକର କୁଣ୍ଡଳ ଝଲକେ ଗଣ୍ଡମଣ୍ଡଳ
ନାହିଁ ତ ଉପମା ଦେବା ଲକ୍ଷ୍ୟକୁ ରେ।।

କପୋଳେ ରତନ ଚିତା ଦେଖି ଧରି ନୋହେ ଚେତା
ତଥିପରେ ହେମ ରାହୁ ରେଖକୁ ରେ।।

ବ୍ରଜନାଥ ବୋଲେ କାଳଦେଵତା ନ ଧରୁ ବାଳ
କରିଥା କରୁଣାସିନ୍ଧୁ ପକ୍ଷକୁ ରେ।।