Wq/or/ଶ୍ରୀ ଜଗନ୍ନାଥ ଭଜନ,ଜଣାଣ/ଜଗନ୍ନାଥ ଦାସ

From Wikimedia Incubator
< Wq‎ | or
Jump to: navigation, search

ନମସ୍ତେ ପ୍ରଭୁ ଜଗନ୍ନାଥ[edit]

(ଜଗନ୍ନାଥ ଦାସ)

ନମସ୍ତେ ପ୍ରଭୁ ଜଗନ୍ନାଥ।
ଅନାଥ ଲୋକଙ୍କର ନାଥ।।

ନମସ୍ତେ ପ୍ରଭୁ ବାସୁଦେବ।
ଭକତ ଜନଙ୍କ ବାନ୍ଧବ।।

ନମସ୍ତେ ପ୍ରଭୁ ହୃଷିକେଶ।
ଭକତ ଜନଙ୍କ ବିଶ୍ଵାସ।।

ନମସ୍ତେ ପ୍ରଭୁ ବିଶ୍ଵରୂପୀ।
ସକଳ ହୃଦେ ଅଛୁ ଵ୍ୟାପୀ।।

ତୁ ସୃଷ୍ଟି ସ୍ଥିତି ଲୟ କରୁ।
ଆବର ଗର୍ଭରେ ସଂହରୁ।।

ଅଶେଷ କୋଟି ବସୁନ୍ଧରୀ।
ତୋହରି ଗର୍ଭେଛନ୍ତି ପୂରି।।

ଚଉଦ ଭୁବନେ ଯା' କିଣା।
ଏ ସର୍ବ ତୋହର ରଚନା।।

ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି।
ତୋ ବିନୁ ଅନ୍ୟ ଗତି ନାହିଁ।।

ସୃଷ୍ଟି ତୋହର ଖେଳଘର।
ଅଶେଷ ମାୟା ତୋ ଆବର।।

ତୋହର ନିଃଶ୍ୱାସ ମରୁତ।
ଦେବେ ହୋଇଲେ ତହୁଁ ଜାତ।।

ତୁହିଟି ଅଗ୍ନି ଦେବ ଇନ୍ଦ୍ର।
ନୟନୁଁ ଜାତ ସୂର୍ଯ୍ୟ ଚନ୍ଦ୍ର।।

ଭୁଜରୁ ଅନନ୍ତ ମୂରତି।
କଣ୍ଠରୁ ଜାତ ସରସ୍ୱତୀ।।

ସଦା ଚଞ୍ଚଳ ନିଦ୍ରା ନାହିଁ।
ଏ ରୂପେ ଶୂନ୍ୟେ ଅଛୁ ରହି।।

ଅଶେଷ ତୋହର ମହିଁମା।
କେ ଜାଣି ପାରେ ଗୁଣ ସୀମା।।

ତୋ ନାମ କରୁଥିଲେ ଲୟ।
କୋଟିଏ ଜନ୍ମ ପାପ କ୍ଷୟ।।

ନାମ ଘୋଷିଲେ ସର୍ବ ସିଦ୍ଧି।
ଖଣ୍ଡଇ ରୋଗ ଶୋକ ଆଦି।।

ଆରତ ଭଂଜନ ତୋ ବାନା।
ଆତଙ୍ଗ କାଳେ ଵଜ୍ର ସ୍ନେହା।।

ହୋଇଲୁ ଦଶ ଅବତାର।
ନାଶିଲୁ ଅଵନୀର ଭାର।।

ଦୁଷ୍ଟ ନିବାରି ସନ୍ଥ ପାଳୁ।
ତୁ ନାଥ ପରମ ଦୟାଳୁ।।

ତୁ ଅଟୁ ଦରିଦ୍ରଙ୍କ ଧନ।
ତୋ ପାଦେ ରହୁ ମୋର ମନ।।

ସତୀ ଯୁବତୀଙ୍କର ମନେ।
ନିଜର ସ୍ୱାମୀ ଥାନ୍ତି ଯେହ୍ନେ।।

ସେହି ପ୍ରକାରେ ମୋର ମନ।
ତୋ ପାଦେ ରହୁ ଭଗବାନ।।

କହଇ ଜଗନ୍ନାଥ ଦାସ।
କମଳ ଚରଣକୁ ଆଶ।।

ଶ୍ରୀପୁରୁଷୋତ୍ତମ ଯିବା ମନ[edit]

(ଜଗନ୍ନାଥ ଦାସ)

</poem> ଶ୍ରୀପୁରୁଷୋତ୍ତମ ଯିବା ମନ, ସାଙ୍ଗ ହୋଇଥିବା ପାଞ୍ଚଜଣ ତୁନି ହୋଇଥିବା କେହି ନଜାଣିମେ ବସି ଭାଳୁଥିବା ମନେ ମନ ପ୍ରଭୁ ପାଞ୍ଚଜଣ।୧।

ଦାଣ୍ଡକୁ ଫିଟିଛି ସିଂହଦ୍ଵାର, ବାଇଶି ପାଉଛ ତଲ୍ୟକର କଳ୍ପବଟ ମୂଳେ ଅନନ୍ତ ଶଯ୍ୟାରେ ମୁକୁତମଣ୍ଡପ ବିମ୍ବାଧର ପ୍ରଭୁ ଲୟ କର।୨।

ସାଜିଣି ହୋଇଛି ତିନିରଥ, ପାଟ ପତନି ମଣ୍ଡନି ନେତ ସୁବର୍ଣ୍ଣ କଳସ ଉପରେ ଚିରାଳ ଫରଫର ଉଡେ ବାନା ନେତ ପ୍ରଭୁ ତିନି ରଥ।୩।

ଶରଧା ବାଲିକି ଶୋଭାବନ, ତାଳଧ୍ଵଜରେ କି ବଳରାମ ରଙ୍ଗସଭାତଳେ କଂସକୁ ମାଇଲେ ରାମକୃଷ୍ଣ ଏହି ବେନିଜନ ପ୍ରଭୁ ବଳରାମ।୪।

ଏହି ଜଗନ୍ନାଥ ଗୋପପୁରେ, ଵତ୍ସା ରଖିଥିଲେ ନନ୍ଦ ଘରେ କଂସର ଅଟକେ ଅଷ୍ଟମଲ୍ଲ ମାରି ଗିରି ଟେକିଅଛି ବାମ କରେ ପ୍ରଭୁ ଗୋପପୁରେ।୫।

ଶ୍ରୀକୃଷ୍ଣ ଚରଣେ ଆଶ କରି, ହୃଦେ ବୋଲୁଥାଇ ହରିହରି କହେ ଜଗନ୍ନାଥ ଚରଣେ ଶରଣ ଆଜ୍ଞା ହେଉ ପ୍ରଭୁ ନୀଳଗିରି ପ୍ରଭୁ ଦେବହରି।୬। </poem>