Wq/or/ଲୋକବାଣୀ

From Wikimedia Incubator
< Wq‎ | or
Wq > or > ଲୋକବାଣୀ
  1. ଛୋଟିଟୀକି ଶ୍ରୀମତି ବୋଲି କହିଲେ ସେ ଗୋଡ଼ ବୁଲେଇ ବୁଲେଇ ପକାଏ !
    (ଅର୍ଥ: କମ ପ୍ରତିଭାବାନ ଲୋକକୁ ଅତି ଅଧିକ ସମ୍ମାନ ଦେଲେ ସେ ବେଶି ବାଲିଙ୍ଗି ଦେଖାଇଥାଏ)
  2. ଦିଅଁ ଗଢୁ ଗଢୁ ମାଙ୍କଡ଼
    (ଅର୍ଥ: ଭଲ କାମ କରିବାକୁ ଯାଇ ଓଲଟା ବିଗାଡ଼ି ଦେବା)
    ସମର୍ଥବୋଧକ: ଭଲ କରୁ କରୁ ଭେଲ କରିବା
  3. ବେଲ ପାଚିଲେ କାଉର କି ଯାଏ
    (ଅର୍ଥ: ଉପଯୁକ୍ତ ଜିନିଷ ଉପଯୁକ୍ତ ଲୋକ ପାଖରେ ନ ପହଞ୍ଚିଲେ ସେ ଅସାର ହୋଇଯାଏ)
  4. ଢିଙ୍କି ସରଗକୁ ଗଲେ ବି ଧାନ କୁଟେ ।
    (ଅର୍ଥ: ପାରିବାର ଲୋକେ ଯେଉଁଠିକୁ ଗଲେ ବି ନିଜ କାମ ଠିକ ଭାବେ କରିଥାଏ ।)
  5. ହାତ ଅଳସେ ନିଶ ବଙ୍କା !
    (ଅର୍ଥ: ପରିଶ୍ରମ ଅଭାବରୁ କାମ ସବୁ ଅଧାରୁ ଅଟକି ଯାଏ)
  6. ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖ ନଯାଅ ଦନାଇ ।
  7. କୁକୁର ଲାଙ୍ଗୁଡ଼ ବଙ୍କା!
    (ଅର୍ଥ: ଆପଣା ପ୍ରକୃତି କେହି କେବେ ଛାଡ଼େନାହିଁ ।)
  8. ବିରି ମାଡ଼ ଶୁଣି କୋଳଥ ଚୋପା
    ହରଡ଼ କହୁଛି ରଖଲୋ ବାପା ॥
    (ଅର୍ଥ: ଜଣକ ଉପରେ କିଛି ବିପଦ ପଡ଼ିବା ଦେଖି ଆଉ ଜଣଙ୍କର ପିଳେହି ପାଣି ହୋଇ ଗଲା ।)
  9. ଉପର ବରଡ଼ା ଖସୁଛି,
    ମଝି ବରଡ଼ା ହସୁଛି
    ତଳ ବରଡ଼ା କହୁଛି,
    ମୋ ଦିନ କାଳ ଯାଉଛିରେ ଭାଇ ତୋ ଦିନକାଳ ଆସୁଛି ॥
  10. ବେଙ୍ଗ କହେ ବେଙ୍ଗୁଲିଲୋ ପୃଥ୍ଵୀ ଘଡ଼ିକେ ଆନ ।
    (ଅର୍ଥ: ପୃଥିବୀର ବଦଲୁଥିବା ଅବସ୍ଥାକୁ ସୂଚାଇ ଏହା କୁହାଯାଇଛି)
  11. ହାତି ବନସ୍ତରେ ଥିଲେ ବି ରଜାର !
  12. ନଥିଲା ବଣିଆ କି କରେ ବସି !
  13. ଦେଖା ସୁନ୍ଦର କଖାରୁ ବଢି ।
    (ଅର୍ଥ: ମହାକାଳ ଫଳ କେଡ଼େ ସୁନ୍ଦର, ଉପର ସୁନ୍ଦର ଭିତରଟା ତାର କି ନାରଖାର ।)
  14. ଦାନ୍ତୁରି ର ହସିବା କାନ୍ଦିବା ସମାନ ।
    (ଅର୍ଥ: କେବଳ ମୁହଁ ଦେଖି ମନ କଥା କହିବା ଅସମ୍ଭବ ।)
  15. ଶୁଣ୍ଢି ସାକ୍ଷୀ ମାତାଲ ।
    ସମାର୍ଥବୋଧକ: ସବୁ ଚୋର କେଦାରଶ୍ଵରରେ ରୁଣ୍ଡ ।
    (ଅର୍ଥ: ଖରାପ ଲୋକର ସାଥି ତାହାପରି ଲୋକ ସଦା ଥାନ୍ତି ।)
  16. ଉଦୁ ଉଦୁମା ତାଳ ଗୋଟମା ପିଟେଇ ସମା,
    ପିଟେଇ ଯାଇଛି ଧାନ ବିଲକୁ,
    ଧରି ଆଣିବାକୁ ଶଙ୍ଖ ଚିଲକୁ !
  17. ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ......ତୋର ମୋର ନାଲି ପାଇଁଚ....ନାଲି ପେଁ ପେଁ ବାଜଇ ହିରା...ଗୋଟିକ ଉପରେ ଗୋଟିଏ ଜିରା.....ଆମ୍ବ ପାଚେ ପଣସ ପାଚେ....ତା ଧେଇ ଧେଇ ନେଉଳ ନାଚେ.....ନେଉଳିଆ ଭାଇ ସେଉଳିଆ.....ଅଠର ଗଂଡା ପଟେ..........
  18. ଉପକାର କଲି କୁକୁରକୁ କୁକୁର ମୁତିଲା ଉପରକୁ।
    (ଅର୍ଥ: ଯାହାକୁ ସାହାଯ୍ୟ କରିବ ସେହିଁ ତମର ସର୍ବନାଶ କରିବା ବା ବିଶ୍ୱାସଘାତକତା କରିବା)