Wq/or/ରୁଢ଼ି ପ୍ରୟୋଗ

From Wikimedia Incubator
< Wq‎ | or
Wq > or > ରୁଢ଼ି ପ୍ରୟୋଗ
  1. ଅଜାଗା ଘା ଦେଖେଇ ହୁଏନାହିଁ କି ଦେଖି ହୁଏନାହିଁ।
  2. ଅଠା ବୋଳି ଦେବା
    ଭୀଷଣ ଅସୁବିଧାରେ ପଡିବା
    ବାକ୍ୟ ଗଠନ/ଉଦାହରଣ: ଶ୍ୟାମ ଆଜି ଅଠାକାଠିରେ ପଡିଯାଇଛି।
  3. ଇନ୍ଦ୍ରଚନ୍ଦ୍ର ନ ମାନିବା
    (କାହାକୁ ଖାତିର ନ କରିବା)
  4. ରାଣ୍ଡି ପୁଅ ଅନନ୍ତା/ଚାରି ଦଉଡ଼ି କଟା
    (ସମାଜର ନୀତି ନିୟମରୁ ବାହାର ।)
  5. ଖୋଳ କରିବା/ମୂଳପୋଛ କରିବା
    (ସମୂଳେ ଧ୍ଵଂସ କରିବା ।)
  6. କଂସାରି ଘରର ପାରାକୁ କୁଲା ଢାଉଁ ଢାଉଁ କରିବା!
    (ସବୁ ଜାଣିଥିବା ଲୋକକୁ ନିହାତି ସାଧାରଣ କଥାଟିଏ ଜଣାଇବା ।)
  7. କାଉ ରାବିବାକୁ ତାଳ ପଡିବା
    (ଦୁଇଟି ଅସମ୍ପର୍କିତ ଘଟଣା ଏକା ସାଙ୍ଗରେ ଘଟିବାକୁ ସମ୍ପର୍କିତ କରିବା)
  8. ଗାଲୁଆଙ୍କର ବାରବାଟି ଚାଷ
    ଗୋଟିଏ ବିଷୟରେ କିଛି ଜ୍ଞାନ ନଥିବା ଲୋକେ ତୁଛାରେ କାମ କରିବା
  9. ଅଦା ବେପାରିର ଜାହାଜ ମୂଳ
    କାମ କରିବାର ଯୋଗ୍ୟତା ନଥିବା ଲୋକ ସେହି କାମରେ ପାରଙ୍ଗମାତା ଦାବି କରିବା
  10. ବାପ ରାଣ, ଢିଙ୍କି ଗିଳ
    ଜୋର ଜବରଦସ୍ତ କାମଟିଏ କରାଇବା
  11. ଆକାଶ କଇଁଆ ଚିଲିକା ମାଛ
    ଆକାଶରୁ କଇଁଆ ଆଉ ଚିଲିକାରୁ ମାଛ ଆସି ମାଛ ଖାତା ହେବା ପରି ନିହାତି ଅସଙ୍ଗତ ବା ଅବାସ୍ତବ କଥାର ଅବତାରଣା
  12. ଛାଇ ପଡିଲେ ନାହିଁ ଡେଇଁବା ।
    ସମାର୍ଥବୋଧକ: ରକ୍ତ ଚାଉଳ ଚୋବାଇବା
    (ଅର୍ଥ: ଜଣକ ଉପରେ ଅତି ରାଗିବା)
  13. ମା ଧାନ କୂଟି ପୁଅ ନାଗର
    (ଦରିଦ୍ର ର ଚାତର ଭାବ ।)
  14. ସଭାରେ ଷଣ୍ଢ ପୂରାଇବା
    (ବିନା କାରଣ ରେ ବିଶୃଙ୍ଖଳା କରିବା।)
  15. ଢୋଲ ଭିତରେ ମୂଷା
    (ବିଶ୍ଵସ୍ତ ର ଅବିଶ୍ଵାସ କାର୍ଯ ।)
  16. ସୁନା ଚିହ୍ନେ ବଣିଆ
    (ଗୁଣୀ ଲୋକ ଗୁଣ ର ଆଦର କରେ ।)
  17. ଖୁଣ୍ଟ ଗୁଣେ ଘୋଡା କୁଦେ
    (ଦୁର୍ବଳ ଶାସନରେ ଶାସିତ ମାନବର ବିଶୃଙ୍ଖଳା । )
  18. ହଜିଲା ବଳଦ ଖୋଜିଲାଠେଇଁ
    (ଦରକାରୀ ଜିନିଷ ହଠାତ ମିଳିବା ।)
  19. ଅଲଣା କଥା
    (ଅସାର ବାକ୍ୟ)
  20. ନ ଦେଖିଲା ଓଉ ଛଫଡା
    (ଜାଣିନଥିବା କଥା କୁ ବଖାଣିବା ।)
  21. ଗଉଡର ଗୁହାଳ ଧୋଇ ମୋଚିର ବାହାଘର
    (ଜଣଙ୍କ କ୍ଷତିରେ ଅନ୍ୟ ର ଲାଭ ।)
  22. ଗରିବ ମାଇପି ସବୁରି ଶାଳୀ
    (ଦାରିଦ୍ର୍ୟ ହିଁ ଉପହାସର ସାମଗ୍ରୀ)
  23. ଝିମିଟି ଖେଳ ରୁ ମହାଭାରତ
    (ସାଧାରଣ ଘଟଣାରୁ ବଡ ଧରଣର କାଣ୍ଡ ଘଟିବା ।)
  24. କୁଟା ଖଣ୍ଡ କୁ ଦି ଖଣ୍ଡ କରିବା
    (ଅତି ଅଳସୁଆ)
  25. ବାନର କଣ୍ଠେ ମୁକ୍ତା ମାଳ
    (ଅଯୋଗ୍ୟ ହାତରେ ମହାମୂଲ୍ୟ ଉପହାର ।)
  26. ଅନ୍ଧ ଦେଶକୁ ଗଲି ଦର୍ପଣ ବିକି
    ଅନ୍ଧ ହାତକୁ ଦେଲି ଗୋଦାନ ଟେକି
    (ଯେଉଁମାନେ କୌଣସି ଜିନିଷର ଠିକ୍‌ ମୂଲ୍ୟ ବୁଝିନଥାନ୍ତି ସେମାନଙ୍କୁ କୌଣସି ମୂଲ୍ୟବାନ ଜିନିଷ ଦେଲେ କଣ ସ୍ଥିତି ହୁଏ, ସେକଥା ଏଠାରେ କୁହାଯାଇଛି |)
  27. ଚାଲି ନ ଜାଣି ବାଟର ଦୋଷ
    ନିଜ ଭୁଲ୍ ଲାଗି ପରକୁ ଦୋଷ ଦେବା
  28. ମୋତେ ଯେତେ ମାଠିବୁ ମାଠ୍ ମୁ ସେଇ ଦରପୋଡା କାଠ
    ଯେଉମାନେ କେବେ ନିଜକୁ ପରିବର୍ତ୍ତନ କରନ୍ତି ନାହି
  29. ତୁଳସୀ ଦୁଇ ପତ୍ରରୁ ବାସେ
    ଭଲଗୁଣ ଛ୍ହୁଆବେଳୁ ଜଣା ପଡିଯାଏ
  30. ବାହାଘରବେଳେ ବାଇଗଣ ରୁଆ
    ଶେଷ ସମୟରେ ପ୍ରସ୍ତୁତି କରିବା