Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୨
କବୀର ଦୋହା ଗୁଚ୍ଛ ୨ [1]
[edit | edit source]ମାୟା ତ୍ୟାଗରେ କିଛି ହୁଏନି, ଗୁମାନ ନ ଗଲା ଯାଏ,
ମାନୀ ମୁନି ଋଷି କେତେ ଗଲେଣି, ଗୁମାନ ସଭିଙ୍କୁ ଖାଏ।୧।
ସୁଖରେ ସାଙ୍ଗ ହୁଅନ୍ତି ସ୍ୱ।ର୍ଥୀ, ଦୁଃଖରେ ହୁଅନ୍ତି ଦୂର,
କବୀର କହେ, ପରମାର୍ଥୀ ଯେ, ଦୁଃଖ ସୁଖରେ ହାଜର।୨।
ଲଘୁତା ଅଟେ ସବୁଠୁ ଶ୍ରେଷ୍ଠ, ଲଘୁତାରେ ସିଦ୍ଧି ହୁଏ,
ଆକାଶେ ଯେହ୍ନେ ଦ୍ଵିତୀୟା ଜହ୍ନ, ସଭିଙ୍କର ପ୍ରିୟ ହୁଏ ।୩।
କ୍ଷମା ବଢାଏ ବଡ଼ଙ୍କ ଶୋଭା,ଛୋଟ କରନ୍ତି ଉତ୍ପାତ,
ହରିଙ୍କ କିଛି ହେଲାନି କ୍ଷତି, ଖାଇ ଭୃଗୁଙ୍କ ନାତ ।୪।
ଯେମିତି ଖାଦ୍ୟ ତୁମେ ଖାଇବ, ସେମିତି ମାନସ ହେବ,
ଯେମିତି ପାନୀୟ ତୁମେ ପିଇବ, କଥା ସେମିତି କହିବ ।୫।
କବୀର କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,
ହରି ରାଗରୁ ଗୁରୁ ବଞ୍ଚାନ୍ତି, ଗୁରୁ ରାଗେ ମୁକ୍ତି ନାହିଁ ।୬।
ଯେମିତି ଖାଦ୍ୟ ତୁମେ ଖାଇବ, ସେମିତି ମାନସ ହେବ,
ଯେମିତି ପାନୀୟ ତୁମେ ପିଇବ କଥା ସେମିତି କହିବ ।୭।
କବୀର କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,
ହରି ରାଗରୁ ଗୁରୁ ବଞ୍ଚାନ୍ତି, ଗୁରୁ ରାଗେ ମୁକ୍ତି ନାହିଁ ।୮।
କବୀର ଧୈର୍ଯ୍ୟ ସହିତ ହାତୀ, ସନ୍ତୋଷ ମନରେ ଖାଏ,
ଶ୍ଵାନର ଧୈର୍ଯ୍ୟ ସେ ଭଳି ନାହିଁ, ଘର ଘର ବୁଲୁଥାଏ ।୯।
ଘିଅ ଦର୍ଶନ କେବଳ ଭଲ, ତୈଳ ଖିଆ ନୁହେଁ ଭଲ,
ମୂର୍ଖ ସଙ୍ଗତ ନୁହଁଇ ଭଲ, ଗୁଣବାନ ଶତୃ ଭଲ ।୧୦।
ସାଧୁ ଅଟନ୍ତି ଚନ୍ଦନ ସମ, ସର୍ପ ସମୁହ ସଂସାର,
ଦେହେ ଯେତେ ବି ଗୁଡେଇ ହେଲେ, ହୁଏନି ମନ ବିକାର ।୧୧।