Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୧
କବୀର ଦୋହା ଗୁଚ୍ଛ ସଂଖ୍ୟା ୧୧ [1]
[edit | edit source]କବୀର ଧନ ଏମିତି ସଞ୍ଚ, ଅନ୍ତ କାଳେ କାମେ ଆସେ,
ମୁଣ୍ଡରେ ଥୋଇ ସଞ୍ଚିଲା ଧନ, କେହି ଯାଇ ନାହିଁ ଶେଷେ ।
ଆଶା ହିଁ ବଞ୍ଚେ ମୃତ୍ୟୁ ଲୋକରେ, ଲୋକ ମରି ମରି ଯାଏ,
ନ ସଞ୍ଚି ଧନ ଯେ ଖର୍ଚ କରେ, ମୁକ୍ତିର ପଥ ସେ ପାଏ ।
ଏକ କହିଲେ ସଠିକ ନୁହେଁ, ଦୁଇ କହିଲେ ବି ଭାରୀ,
ଯେମିତି ଅଛି ସେମେତି ଥାଉ, କହେ କବୀର ବିଚାରୀ ।
କବୀର ଏ ତ ପ୍ରେମେର ଘର, ଘର ନୁହେଁ ମାଉସୀର,
ମୁଣ୍ଡ ତଳକୁ କରିଲେ ପାଏ, ପ୍ରବେଶର ଅଧିକାର ।
ମାଳି ଗଡାଉ ହାତରେ ଧରି, ଜିଭ ଜପୁଥାଏ ମୁହେଁ,
ମନଟି ବୁଲେ ଚାରି ଦିଗରେ, ନାମ ସ୍ମରଣ ଏ ନୁହେଁ ।
ମାଳା ଗଡାଇ ଯୁଗ ବିତିଲା, ଅସମାପ୍ତ ମନ ଗଡା,
ହାତର ମାଳା ପ୍ରଦାନ କରି ମନର ମାଳା ତୁ ଗଡା ।
କବୀର ମାଳା କାଠ ତିଆରି, ବୁଝେଇ ଚାଲିଛି ତୋତେ,
ମନ ଗଡାଟି ବନ୍ଦ ନ କରି, କାହିଁ ଗଡାଉଛୁ ମୋତେ ।
ମୁଁ ଥିଲି ତ ହରି ନ ଥିଲେ, ଅଛନ୍ତି ହରି ମୁଁ ନାହିଁ,
ଜ୍ଞାନ ପ୍ରଦୀପ କେଖିଲି ଯେବେ ଅନ୍ଧାର ଲୁଚିଲା କାହିଁ ।
ଯୁଗ ବିତିଲା ନଣ୍ଡା ହେବାର, ଦେଖା ଦେଲେ ନାହିଁ ରାମ,
ରାମ ନାମ ତୁ ଜପି ଚାଲିଛୁ, ମନେ ଭାବି ଅନ୍ୟ କାମ ।
କେଶ ତୋହର କି କ୍ଷତି କଲା, ନଣ୍ଡା ହେଉ ବାରମ୍ଵାର,
କାହିଁକି ମନ ନଣ୍ଡା ନ କରୁ, ଭରିଛି ଯହିଁ ବିକାର ।
କବୀର ବେଳ ନଷ୍ଟ ନ କରି, ବାଜେ କାମ ତ୍ୟାଗ କର,
ଯେଉଁ ପଥରେ ଚାଲିବା କଥା, ସେହି ପଥ ଅନୁସର
ମନ ସାଥିରେ ଲଢି ଯେ ଜିତେ, ବୋଲାଏ ସେହି ବୀର,
ପଞ୍ଚ ବିକାର ହରାଇ ଦିଏ, ସବୁ ଦ୍ବିଧା ହୁଏ ଦୂର ।