Wq/or/କବିତା/ ହରିବଂଶ ରାଏ ବଚ୍ଚନ/କବିତା: ୧

From Wikimedia Incubator

ଯିଏ ବିତିଲା, ତା କଥା ସରିଲା[edit | edit source]

(ଯୋ ବିତ୍ ଗୟି ସୋ ବାତ ଗୟି)
ଜୀବନରେ ଏକ ତାରକା ଥିଲା,
ମାନୁଛି ସେ ଗେଲବସର ଥିଲା,
ଡୁବି ଗଲା ସେ ତ ଡୁବି ଗଲା,
ଆକାଶର ଅଗଣାକୁ ଦେଖ,
କେତେ ଯେ ଏହାର ତାରା ଖସିଲେ,
କେତେ ଯେ ଗେଲବସର ଗଲେ,
ଚାଲିଗଲେ ଯିଏ କାହୁଁ ମିଳିଲେ,
କିନ୍ତୁ କହ ଭଙ୍ଗା ତାରକା ପ୍ରତି,
କହ କି ଆକାଶ ଦୁଃଖ କରିଲା ?
ଯିଏ ବିତିଲା ତା କଥା ସରିଲା ।

ଜୀବନେ ସେ ଏକ କୁସୁମ ଥିଲା,
ନିତି ପ୍ରତି ତାକୁ ଆଶ୍ରୟ ଦେଲ,
ଶୁଖିଗଲା ସେ ତ ଶୁଖିଗଲା,
ମଧୁବନର ଛାତିକୁ ଦେଖ,
ଶୁଖିଗଲା କେତେ କଳି ଏହାର,
ଝାଉଁଳିଲା କେତେ ଲତା କୁଞ୍ଜର,
ଝାଉଁଳିଲା ଯିଏ କାହିଁ ଖେଳିଲା,
କହ କେବେ ଶୁଷ୍କ ପୁଷ୍ପ ବିହୁନେ,
ମଧୁବନ କେବେ ବିକ୍ଷୋଭ କଲା?
ଯିଏ ବିତିଲା ତା କଥା ସରିଲା ।

ଜୀବନେ ସେ ମଧୁ ପିଆଲା ଥିଲା,
ତନୁ ମନ ତାକୁ ପ୍ରଦାନ କଲ,
ଭାଙ୍ଗିଗଲା ସେ ତ ଭାଙ୍ଗିଗଲା,
ମଦିରା ଗୃହର ଅଗଣା ଦେଖ,
ଦୋହଲୁଛି ସେଠି କେତେ ପିଆଲା,
ପଡିଯାଇ ମାଟି ସାଥେ ମିଶିଲା
ପଡିଲା ଚିଜ କି କେବେ ଉଠିଲା,
କୁହ ଭାଙ୍ଗିଥିବା ପିଆଲା କଥା,
ମଦ ଗୃହର କି ମନେ ପଡିଲା?
ଯିଏ ବିତିଲା ତା କଥା ସରିଲା ।

ହାଲୁକା ମାଟିରେ ତିଆରି ଯିଏ,
ମଧୁ ପାତ୍ର, ସେ ତ ଭାଙ୍ଗି ହିଁ ଯାଏ,
ତଥାପି ମଦିରାଳୟ ଭିତରେ,
ମଦିରା ପାତ୍ର ପିଆଲା ରହେ,
ଯିଏ ମାଦକର ଆତୁର ଥାଆନ୍ତି,
ସେହିମାନେ ହିଁ ମଦ ଲୁଟନ୍ତି,
ସିଏ ଥିଲା କଚ୍ଚା ପିଇଲା ବାଲା,
ପିଆଲା ପାତ୍ରର ମମତା ଥିଲା,
ମଦ ଦ୍ଵାରା ଯିଏ ଜଳିଲା ବାଲା,
କେବେ କାନ୍ଦିଲା ବା ଚିତ୍କାର କଲା?
ଯିଏ ବିତିଲା ତା କଥା ସରିଲା ।

ଆଧାର[edit | edit source]

http://www.geeta-kavita.com/indian_poetry_list.asp?author=Harivansh_Rai_Bachchan