Wq/or/କବିତା/ ସନ୍ଥ କବୀର/ ୩: ହେ ସାଧୁ ଭାଇ ରଖ ତୁ ଆଶା
Appearance
ହେ ସାଧୁ ଭାଇ ରଖ ତୁ ଆଶା [1]
[edit | edit source](sâdho bhâî, jîval hî karo âs'â)
ହେ ସାଧୁ ଭାଇ ରଖ ତୁ ଆଶା, ଜୀବ ଥିବା ଅବସ୍ଥାରେ,
ଭଜିଲେ ତାଙ୍କୁ ବଞ୍ଚିଲା ବେଳେ ମୁକ୍ତି ମିଳେ ଜୀବନରେ ।
ବନ୍ଧନ ଛିନ୍ନ କରିନ ଏବେ, ମୃତ୍ୟୁ ପରେ କିମ୍ପା ଆଶା?
ଦେହ ଛାଡିଲେ ତାଙ୍କ ମିଳନ ସପନ ସମ ନିରାଶା ।
ପାଇବ ଯଦି ତାହାଙ୍କୁ ଏବେ, ମିଳିଯିବେ ମୃତ୍ୟୁ ପରେ,
ଏହି କଥାର ଅନ୍ୟଥା ହେଲେ ରହଣି ଯମ ଲୋକରେ ।
ଏବେ ନିବିଡ଼ ହୋଇଛ ଯଦି, ହେବ ଏହା ଉପରାନ୍ତ,
ସଦ୍ଗୁରୁ ଜ୍ଞାନ, ସତ୍ୟରେ ସ୍ନାନ, ନାମ ବିଶ୍ଵାସେ ଅମୃତ ।
କବୀର କହେ, ସନ୍ଧାନାବେଗ କେବଳ ସାହାଯ୍ୟକାର,
ଆବେଗ ସତ୍ତା ଥାଏ ଯାହାର, ଦାସ ମୁଁ ହୁଏ ତାହାର ।