Wq/or/କବିତା/ ସନ୍ଥ କବୀର/୬୫: ହେ ଭାଇ ଅତି ଭୁଲା ଥିଲି ମୁଁ

From Wikimedia Incubator
< Wq‎ | or‎ | କବିତା/ ସନ୍ଥ କବୀର ସନ୍ଥ କବୀର > ୬୫: ହେ ଭାଇ ଅତି ଭୁଲା ଥିଲି ମୁଁ

ହେ ଭାଇ ଅତି ଭୁଲା ଥିଲି ମୁଁ [1][edit | edit source]

ହେ ଭାଇ ଅତି ଭୁଲା ଥିଲି ମୁଁ, ମୋ ଗୁରୁ ରାସ୍ତା ଦେଖେଇ ଦେଲେ,
ଛାଡିଲି ନୀତି ସଂସ୍କାର ସବୁ, ଛାଡିଲି ସ୍ନାନ ପବିତ୍ର ଜଳେ ।

ତା' ପରେ ଜଣା ପଡିଲା ମୋତେ , ଏକ ମାତ୍ର ମୁଁ ବାଇଆ ଥିଲି,
ମୋ ଛଡା ସବୁ ସୁସ୍ଥ ମସ୍ତିଷ୍କ, ଜ୍ଞାନୀଙ୍କୁ ହଇରାଣ ମୁଁ କଲି ।

ସେହି ଦିନଠୁ ରାସ୍ତାରେ ଗଡି ଧ୍ୟାନ କରିବା ଛାଡି ମୁଁ ଦେଲି,
ମନ୍ଦିରେ ଘଣ୍ଟି ବଜା ଛାଡିଲି, ଆସନେ ମୂର୍ତ୍ତୀ ରଖା ଛାଡିଲି ।

ଆତ୍ମ ସଞ୍ଜମେ ଦେହ ପବିତ୍ର ପ୍ରଭୁଙ୍କୁ ଖୁସି କରି ପାରେନି,
ବସନ ତ୍ୟାଗ, ସ୍ନାୟୁଙ୍କୁ କଷ୍ଟ କଲେ ସନ୍ତୁଷ୍ଟ ପ୍ରଭୁ ହୁଏନି ।

ଯେଉଁ ମାନବ ଅତି ଦୟାଳୁ, ସତ୍, ଆଚାରୀ ଭବ କର୍ମରେ,
ନିଷ୍କ୍ରିୟ ରହି ସବୁ ଜୀବଙ୍କୁ ନିଜ ସମାନ ବିଚାର କରେ ।

ଅମରତ୍ତ୍ଵକୁ ପ୍ରାପ୍ତ ହୁଏ ସେ, ସାଥୀରେ ରହେ ପ୍ରଭୁ ପ୍ରକୃତ,
କବୀର ନାମ ପ୍ରାପ୍ତ ହୁଏ ସେ, ଗର୍ବ ଶଠତା ଠାରୁ ସେ ମୁକ୍ତ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir