Wq/or/କବିତା/ସନ୍ଥ କବୀର/୧: ଖୋଜୁଛ କେଉଁଠି ମୋତେ ହେ ଭକ୍ତ

From Wikimedia Incubator

ଖୋଜୁଛ କେଉଁଠି ମୋତେ ହେ ଭକ୍ତ [1][edit | edit source]

ଖୋଜୁଛ କେଉଁଠି ମୋତେ ହେ ଭକ୍ତ, ଅଛି ମୁଁ ସଦା ତୋ ପାଶେ ,
ତୀର୍ଥରେ ନାହିଁ ମୁଁ, ମୁର୍ତ୍ତିରେ ନାହିଁ, ନାହିଁ ଏକାନ୍ତ ନିବାସେ ।

ନାହିଁ ମନ୍ଦିରେ, ମସଜିଦରେ ନାହିଁ, ନାହିଁ କାବା କୈଳାସରେ,
ରହିଛି ତୋର ପାଖରେ ଭକ୍ତ, ଅଛି ମୁଁ ତୋର ପାଖରେ ।

ଜପରେ ନାହିଁ ମୁଁ ତପରେ ନାହିଁ, ନାହିଁ ବ୍ରତ ଉପାସରେ,
କ୍ରିୟାରେ ନାହିଁ ମୁଁ କର୍ମେ ରହେନି, ନାହିଁ ଯୋଗ ସନ୍ୟାସରେ ।

ପ୍ରାଣରେ ନାହିଁ ମୁଁ ପିଣ୍ଡରେ ନାହିଁ, ନା ବ୍ରହ୍ମାଣ୍ଡ ଆକାଶରେ,
ପ୍ରକୃତି ଗର୍ଭ ଗୁମ୍ଫାରେ ନାହିଁ ମୁଁ, ନାହିଁ ଶ୍ୱ।ସ ପ୍ରଶ୍ଵ।ସରେ ।

ଖୋଜି ବୁଲିଲେ ମୁଁ ତୁରନ୍ତ ମିଳେ, ଏକ ପଳ ତଲାସରେ,
କହେ କବୀର, ଶୁଣ ଭାଇ ସାଧୁ, ମିଳେ ଶୁଦ୍ଧ ବିଶ୍ଵାସରେ ।

ଆଧାର[edit | edit source]

  1. http://allpoetry.com/poem/8526495-Where_do_you_search__me-by-Kabir