Jump to content

Wq/or/କବିତା/ ସନ୍ଥ କବୀର/୧୬: ଚେତନ ଅଚେତନ ଖୁଣ୍ଟିରେ ମନ ବାନ୍ଧିଛି ଦୋଳି

From Wikimedia Incubator
Wq > or > କବିତା > ସନ୍ଥ କବୀର > ୧୬: ଚେତନ ଅଚେତନ ଖୁଣ୍ଟିରେ ମନ ବାନ୍ଧିଛି ଦୋଳି

ଚେତନ ଅଚେତନ ଖୁଣ୍ଟିରେ ମନ ବାନ୍ଧିଛି ଦୋଳି [1]

[edit | edit source]

ଚେତନ ଅଚେତନ ଖୁଣ୍ଟିରେ ମନ ବାନ୍ଧିଛି ଦୋଳି,
ସେଠାରେ ପୃଥ୍ଵୀ, ସମସ୍ତ ଜୀବ ବନ୍ଧା ରହନ୍ତି ଝୁଲି ।୧।

ନିୟୁତ ଜୀବ ଝୁଲନ୍ତି, ଗତି ପଥେ ରହେ ସୂର୍ଯ୍ୟ, ଚନ୍ଦ୍ର,
ନିୟୁତ ଯୁଗ ବିଦା ହେଲେ ବି, ଖେଳୁଛି ଦୋଳି ଅନନ୍ତ ।୨।

ସମସ୍ତେ ଝୁଲି ରହନ୍ତି ସେଠି, ଧରା, ଜଳ, ଆକାଶ,
ପବନ ଝୁଲେ, ହେଉଛି ସେଠି ପ୍ରଭୁ ଶରୀର ପ୍ରକାଶ । ୩।

ଏହି ସ୍ଵର୍ଗୀୟ ଦୃଶ୍ୟ ଦେଖିଣ, କବୀର ହୋଇଛି ଦାସ ।

ଆଧାର

[edit | edit source]
  1. http://en.wikisource.org/wiki/One_Hundred_Poems_by_Kabir