Wq/or/କବିତା/ସନ୍ଥ କବୀର/୨:ପଚାର ନାହିଁ ସାଧୁଙ୍କ ଜାତି

From Wikimedia Incubator

ପଚାର ନାହିଁ ସାଧୁଙ୍କ ଜାତି [1][edit | edit source]

ପ୍ରଶ୍ନ କରିବା ଅନାବଶ୍ୟକ, ସାଧୁଙ୍କ ଜାତି ପ୍ରକାର,
ଯୋଦ୍ଧା, ବେପାରୀ, ପୂଜକ ତଥା ଜାତି ଛତିଶ ପ୍ରକାର ।

ଖୋଜି ବୁଲନ୍ତି ପ୍ରଭୁଙ୍କୁ ସବୁ, ସଭିଏ ଏକ ସମାନ,
ମୂର୍ଖାମି କାମ, ନାହିଁ ତା ଠାରୁ, ଜାଣିବା ଜାତିର ଜ୍ଞାନ ।

ଭଣ୍ଡାରୀ ଧୋବା ବଢେଇ ଖୋଜେ, ରାଇଦାସ ଖୋଜେ ପ୍ରଭୁ,
ସ୍ଵପଚ ଋଷି ଜାତିରେ ମୋଚି, କରନ୍ତି ପୂଜା ସ୍ଵୟମ୍ଭୁ ।

ହିନ୍ଦୁ ମୁସଲିମ୍ ଏକ ସମାନ, ଉପଲବ୍ଧ ପରିତ୍ରାଣ,
ସର୍ବ ଶେଷରେ ସମାନ ସବୁ, ନାହିଁ କିଛି ବିଲକ୍ଷଣ ।

ଆଧାର[edit | edit source]

  1. http://www.sacred-texts.com/hin/sok/sok003.htm