Wq/or/କବିତା/ ସନ୍ଥ କବୀର/୨୩: ସଞ୍ଜ ତିମିର ହୁଏ ଗଭୀର

From Wikimedia Incubator

ସଞ୍ଜ ତିମିର ହୁଏ ଗଭୀର [1][edit | edit source]

ସଞ୍ଜ ତିମିର ହୁଏ ଗଭୀର, ମାଡି ଆସୁଛି ପ୍ରେମ ଅନ୍ଧାର ।
କରେ କବଳ ମନ, ଶରୀର; ଖୋଲ ପ୍ରତୀଚୀ ଗବାକ୍ଷ ଧୀର ।
ହୃଦ ପାଖୁଡା ପଦ୍ମରୁ ଆଣି, ପିଅ ମଧୁର ମଧୁ ଉଲ୍ଲାସେ ।
ହଜିଯାଅ ତୁ ପ୍ରେମ ଆକାଶେ, ଖୁସିର ଢେଉ ଦେହରେ ଭାସେ ।
ଶୁଣ ଶଙ୍ଖ ଓ ଘଣ୍ଟି ବାଜୁଛି, ଏହା ଠାରୁ କି ମହତ୍ତ୍ୱ ଅଛି।
କବୀର କହେ ଶୁଣ ହେ ମିତ, ଦେଖ ଠାକୁର ମୋ ଘଟେ ସ୍ଥିତ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir