Wq/or/କବିତା/ ସନ୍ଥ କବୀର/୨୦: ଲଙ୍ଘିବୁ ମନ ସେ କେଉଁ କୂଳ

From Wikimedia Incubator
(Redirected from Wq/or/କବିତା/ ସନ୍ଥ କବୀର/କବିତା:୨୦)
ସନ୍ଥ କବୀର > ୨୦: ଲଙ୍ଘିବୁ ମନ ସେ କେଉଁ କୂଳ

ଲଙ୍ଘିବୁ ମନ ସେ କେଉଁ କୂଳ [1][edit | edit source]

ଲଙ୍ଘିବୁ ମନ ସେ କେଉଁ କୂଳ?
ପଥ ପଥିକ ନାହିଁ ସେ ସ୍ଥଳ ।

ଦେଖା ଯାଉନି ଚଳ ପ୍ରଚଳ,
ନାହିଁ କୈ।ଣସି ବିଶ୍ରାମ ସ୍ଥଳ ।

ସଲିଳ ନାହିଁ, ନାହିଁ ବି ନାବ,
ନାହିଁ କେହି, ଯେ ରଜ୍ଜୁ ଟାଣିବ ।

ନାହିଁ ଆକାଶ, ମାଟି ବା କୂଳ,
ନାହିଁ ବେଳା, ଅଗଭୀର ଜଳ ।

ଶରୀର ନାହିଁ, ନାହିଁ ମାନସ,
କାହୁଁ ମେଣ୍ଟିବ ଆତ୍ମାର ଶୋଷ ।

ସେଠି ପାଇବୁ ପୂର୍ଣ୍ଣ ଶୂନ୍ୟତା,
ନ ଯା ସେଠାକୁ ତୁମେ ଅଯଥା ।

ସାହସୀ ହୋଇ ନିଜ ଶରୀରେ,
ପ୍ରବେଶ କର ବିନା ବିଚାରେ ।

ଅନ୍ୟତ୍ର ନ ଯା ହେ ମୋର ହୃଦ,
ଏଠାରେ ତୁମ ସଶକ୍ତ ପାଦ ।

କବୀର, କର ଭାବନା ଦୂର,
ନ ଯାଇ ରହ ସ୍ଵସ୍ଥାନେ ସ୍ଥିର ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir