Wq/or/କବିତା/ ସନ୍ଥ କବୀର/୧୩: ଅଗଢ଼ା ପ୍ରଭୁ

From Wikimedia Incubator

ଅଗଢ଼ା ପ୍ରଭୁ[1][edit | edit source]

(angadhiyâ devâ)

ଅଗଢ଼ା ପ୍ରଭୁ ତୁମେ ଆମର,
କିଏ କରିବ ସେବା ତୁମର ।

ପ୍ରତି ଧର୍ମର ପ୍ରତ୍ୟେକ ସାଧୁ, ସେବା କରେ ନିଜ ମତେ,
କେହି ଖୋଜେନି ପରଂ ବ୍ରହ୍ମ୍, ସେ ଅଦୃଶ୍ୟ ଭଗବତେ ।

ଦଶାବତାରେ ଥାଏ ବିଶ୍ଵାସ, ଅବତାର ହୁଏ ଅନ୍ତ,
ନିଜ କର୍ମର ଫଳ ଭୋଗନ୍ତି, ନୁହନ୍ତି ଯେଣୁ ଅନନ୍ତ ।

ଲଢନ୍ତି ଯୋଗୀ ସାଧୁ ସନ୍ୟାସୀ, ପ୍ରଭୁ ଏହା ଠାରୁ ଭିନ୍ନ,
କବୀର କହେ ରକ୍ଷା ସେ ପାଏ, ଦିବ୍ୟ ପ୍ରେମରେ ଯେ ମଗ୍ନ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir