Wq/or/କବିତା/ ସନ୍ଥ କବୀର/୧୧: ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ

From Wikimedia Incubator
(Redirected from Wq/or/କବିତା/ ସନ୍ଥ କବୀର/କବିତା:୧୧)
ସନ୍ଥ କବୀର > ୧୧: ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ

ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ [1][edit | edit source]

(nis' din khelat rahî sakhiyân sang)

ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ କି ରାତି ଅଥବା ଦିନ,
ଡର ଲାଗେ ବର୍ତ୍ତମାନ,
ପ୍ରଭୁ ପ୍ରାସାଦ ଉଚ୍ଚ ପାବଚ୍ଛ, ଚଢିଲେ ଥରେ ହୃଦୟ,
ତଥାପି ମୁହିଁ ଡରି ଯିବିନି, ଲଭିବି ତାଙ୍କ ପ୍ରଣୟ ।

ପ୍ରଭୁ ନିମନ୍ତେ ହୃଦ ଉନ୍ମୁକ୍ତ, ମୁକ୍ତ ସବୁ ଆବରଣ,
ଭେଟିବ ସାରା ଶରୀର,
ପ୍ରେମ ପ୍ରଦୀପ ଜଳେଇ ମୋର ଚକ୍ଷୁ କରିବ ପୂଜନ ।

କହେ କବୀର ଶୁଣ ମୋ ଭାଇ, ବୁଝି ପାରନ୍ତି ସେ ପ୍ରେମ,
ଯଦି ନାହିଁ ତୋ ମନରେ ପ୍ରେମ, ଆଭୁଷଣ ନିଷ୍ଫଳ,
ନିଷ୍ଫଳ ଚକ୍ଷୁ କଜ୍ଜ୍ଵଳ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir