Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: କ୍ଷଣକ ପାଇଁ ମୋତେ କାହିଁକି ପ୍ରେମ କରିଲ

From Wikimedia Incubator
ହରିବଂଶ ରାଏ ବଚ୍ଚନ > କବିତା: କ୍ଷଣକ ପାଇଁ ମୋତେ କାହିଁକି ପ୍ରେମ କରିଲ

କ୍ଷଣକ ପାଇଁ କାହିଁକି ମୋତେ ପ୍ରେମ କରିଲ [1][edit | edit source]

ଅଧ ରାତିରେ ସହସା ଉଠି
ପଲକ ପେଡ଼ିରେ ମଦିରା ଭରି
ଚରଣରେ ମୋର କାହିଁକି ତୁମେ ତନୁ ମନ ତୁମ ଅର୍ପଣ କଲ
କ୍ଷଣକ ପାଇଁ କାହିଁକି ମୋତେ ପ୍ରେମ କରିଲ ।

ଏହି ଅଧିକାର କାହୁଁ ଆଣିଲ
କହିବାକୁ ମୋତେ କିଛି ନ ଦେଲ
ଅଧରରେ ମୋର ଅଧର ତୁମ ରଖି ଚାପ ତୁମେ ପ୍ରୟୋଗ କଲ
କ୍ଷଣକ ପାଇଁ କାହିଁକି ମୋତେ ପ୍ରେମ କରିଲ ।

ଜୀବନେ ସେ କ୍ଷଣ ଅମର ହେଲା
ଆଜି ସେ ରାଗ ମନେ ଜାଗିଲା
ପ୍ରତିଧ୍ଵନି ଏହା ତାହାର ଯାହା ତୁମ କୋଳେ ଭରି ଉଦ୍ଗାରି ଥିଲ
କ୍ଷଣକ ପାଇଁ କାହିଁକି ମୋତେ ପ୍ରେମ କରିଲ ।

ଆଧାର[edit | edit source]

  1. http://hindipoetry.wordpress.com/category/harivansh-rai-bachchan/