Jump to content

Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: କାହା ହାତରେ ଏହି ବୀଣାଟି

From Wikimedia Incubator
Wq > or > କବିତା > ହରିବଂଶ ରାଏ ବଚ୍ଚନ > କବିତା: କାହା ହାତରେ ଏହି ବୀଣାଟି

କାହା ହାତରେ ଏହି ବୀଣାଟି ଧରେଇ ଦେବି [1]

[edit | edit source]

ଦେବତା ଯାହାକୁ କଲେ ତିଆରି
ଦେବତା ଯାହାକୁ ଥିଲେ ସଜେଇ
ମାନବ ହାତରେ ଆଜି ତାକୁ ମୁଁ କେମିତି ସମର୍ପି ଦେବି
କାହା ହାତରେ ଏହି ବୀଣାଟି ଧରେଇ ଦେବି

ସ୍ଵର୍ଗରେ ସୁଖ ଦେବା ଶିଖିଲା
ସ୍ଵର୍ଗୀୟ ତାନ ଶୁଣା ଶିଖିଲା
ଧରିତ୍ରୀକୁ ଖୁସି କରିବା ସ୍ଵର କେମିତି ଏଥିରେ ମୁଁ ଭରି ଦେବି
କାହା ହାତରେ ଏହି ବୀଣାଟି ଧରେଇ ଦେବି

ଅଭିଳାଶ ବାକି ଥିବ ମନରେ
ଝଂକୃତ ହେବ ଏ ଜୀବନରେ
କାହିଁକି ହୃଦୟ ନିର୍ମମ ହୋଇ କହୁନି ଅଙ୍ଗାର ମୁଁ ଭରି ଦେବି
କାହା ହାତରେ ଏହି ବୀଣାଟି ଧରେଇ ଦେବି

ଆଧାର

[edit | edit source]
  1. http://hindipoetry.wordpress.com/category/harivansh-rai-bachchan/