Wq/or/କବିତା/ ସନ୍ଥ କବୀର/୬୬: ମନରେ ପ୍ରେମ ରଙ୍ଗ ନ ଭରି

From Wikimedia Incubator

ମନରେ ପ୍ରେମ ରଙ୍ଗ ନ ଭରି [1][edit | edit source]

ମନରେ ପ୍ରେମ ରଙ୍ଗ ନ ଭରି, ବସନରେ ରଙ୍ଗ ଭରେ,
ବ୍ରହ୍ମକୁ ଛାଡି ପ୍ରସ୍ତର ପୂଜେ ଯୋଗୀ ମନ୍ଦିର ଭିତରେ ।

କର୍ଣ୍ଣରେ ରନ୍ଧ୍ର, ମସ୍ତକେ ଜଟା, ଦାଢି ଛାଗଳ ପରାୟେ,
କାମନା ମାରି ହିଁଜଡା ହୋଇ, ଏକାନ୍ତ ସ୍ଥାନରେ ରହେ ।

ଲଣ୍ଡିତ ମୁଣ୍ଡ, ରଙ୍ଗ ବସନ, ଗୀତାର ପ୍ରବକ୍ତା ହୁଏ,
କବୀର କହେ ହସ୍ତ ଓ ପଦ ବନ୍ଧା ଯମ ପୁର ଯାଏ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir