Wq/or/କବିତା/ସନ୍ଥ କବୀର/୫:କେମିତି ତ୍ୟାଗ କରିବି ମାୟା

From Wikimedia Incubator
< Wq‎ | or

କେମିତି ତ୍ୟାଗ କରିବି ମାୟା [1][edit | edit source]

(avadhû, mâyâ tajî na jây)

କେମିତି ତ୍ୟାଗ କରିବି ମାୟା, କହିଦିଅ ମୋତେ ବନ୍ଧୁ,
ରିବନ ବନ୍ଧା ତ୍ୟାଗ ପରେ ବି ନିଜର ପୋଷାକ ବାନ୍ଧୁ ।

ପୋଷାକ ନ ବାନ୍ଧିଲେ ବି ତାର ଭାଙ୍ଗରେ ଘୋଡାଏ ଦେହ,
କ୍ରୋଧ ଗୁଣଟି ରହି ଯାଉଛି ତ୍ୟାଗ କଲା ପରେ ମୋହ ।

କ୍ରୋଧକୁ ତ୍ୟାଗ କଲା ପରେ ବି ରହୁଛି ଭିତରେ ଲୋଭ,
ଲୋଭକୁ ପରାଜିତ କଲେ ବି ରହୁ ଅଛି ବୃଥା ଗର୍ବ ।

ନିର୍ଲିପ୍ତ ମନୁ ମାୟା ଗଲେବି ଜାବୁଡି ଧରେ ଅକ୍ଷର,
ସତ୍ ପଥଟି କ୍ଵଚିତ୍ ମିଳେ, ସାଧୁଙ୍କୁ କହେ କବୀର ।


ଆଧାର[edit | edit source]

  1. https://web.archive.org/web/20121105124929/http://www.readbookonline.net/readOnLine/5326/