Wq/or/ଢଗଢମାଳି/ଉପଦେଶମୂଳକ

From Wikimedia Incubator
(Redirected from Wq/or/ଉପଦେଶମୂଳକ)
Wq > or > ଢଗଢମାଳି > ଉପଦେଶମୂଳକ
  1. ଅଖ ପଡ଼ିଥିଲେ ଚକ ଘୁରୁଥାଏ
    ବୁଲି ପଡୁଥାଏ ମଇ
    ସଂସାର ଭିତରେ ଘର କରିଥିଲେ
    ପଥର ପଡ଼ିଲେ ସହି ।
  2. ଅର୍ଥ ସଞ୍ଚନ୍ତି ଯେତେ ନର
    କେବଳ ଶ୍ରମ ତାହାଙ୍କର
    ଅର୍ଥେ ନ ପାଇ କାମ ମୋକ୍ଷ
    ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ ।
  3. ଆକାଶ କଇଁଆ ଚିଲିକା ମାଛ
    କେତେ କରୁଅଛୁ ଅପାଞ୍ଚ ପାଞ୍ଚ ।
  4. ଆପଣା ଭଉଣୀ ନ ପାଏ ଭାତଗୁଣ୍ଡା
    ଶଳାଶାଳୀ ପାଇଁ ଥୁଆ କ୍ଷୀରମଣ୍ଡା ।
  5. ଆହାରେ ଭଲ ମନ୍ଦ ନାହିଁ,
    ଯେ ସ୍ଥାନେ ଯେବଣ ମିଳଇ ।
  6. ଇଛା ଥିଲେ ଉପାୟ ବଳେ ବଳେ ଆସେ ।
  7. କଉଡ଼ି ନେବ ଗଣି
    ପାଣି ପିଇବ ଛାଣି
    ଦୁଃଖୀକୁ ନୋହିବ ଜାଣି
    କଥା କହିବ ଜାଣି
    ଉଞ୍ଚରେ କରିବ ଖଣି
    ଦଉଡ଼ି କରିବ ବୁଣି
    ଶାଗ ଖରଡାରେ ନଦେବ ପାଣି
    ଦନାଇ ଭଣି
    ବିଭା ନୋହିବ କାଣି
    ହେଉ ପଛେ ରାଜରାଣୀ ।
  8. କଥା କହୁଥିବ ଜାଣି
    କୃଷିକୁ ଥିବଟି ସଙ୍ଗୀ
    ରାତିରେ ନଉଠି ହଗି
    ପାଚିଲା କ୍ଷେତକୁ ଜଗି
    କହେ ଦନାଇ ଚାହିଁ କରି ଚଳିବ
    ନୋହିବ ଋଣୀ ବା ରୋଗୀ ।
  9. କାତ ନଥାଇ ନଉକା ବାହିବା
    ଭାତ ନ ଖାଇ ଯାତ ଦେଖି ଯିବା
    ଛାତ ଦଦରା ପକାରେ ଶୋଇବା
    ଗାତ ନ ଖୋଳି ଗଛ ଲଗାଇବା
    ତାତ ନ ଖାଇ ଲୁହା ବାଡ଼େଇବା
    ପର ନାତୁଆ ଗାଈକୁ ଦୁହିଁବା
    ଦନାଇ କହଇ ପ୍ରାଣେ ପୀଡ଼ା ଲୋକହସା ହୁଅଇ ।
  10. ବିଦ୍ୟା ଅଟଇ ମହାଧନ
    ବାଳକେ କର ଉପାର୍ଜନ ।
  11. ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
    ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।
  12. ମର୍ତ୍ୟ ମଣ୍ଡଳେ ଦେହ ବହି
    ଦେବତା ହୋଇଲେ ମରଇ ।
  13. ଯେ ଦେଶ ଯାଇ,
    ସେ ଫଳ ଖାଇ ।
  14. ଯେ ପାଞ୍ଚେ ପର ର ମନ୍ଦ
    ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।
  15. ତୁଳସୀ ଦୁଇ ପତ୍ରରୁ ବାସେ ।
  16. ଗରଜିଲା ମେଘ ବରଷେ ନାହିଁ ।