Wq/or/ବିବିଧ ଢଗଢମାଳି

From Wikimedia Incubator
< Wq‎ | or
Wq > or > ବିବିଧ ଢଗଢମାଳି
  • ଅଖ ବୁଲୁଥିଲେ ଚକ ବୁଲୁଥାଏ, ବୁଲି ପଡୁଥାଏ ମହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।
  • ଅଜାଗା ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ ।
  • ଅତି ଭକ୍ତି ଚୋର ଲକ୍ଷଣ ।
  • ଅତି ଲେମ୍ବୁ ଚିପୁଡ଼ିଲେ ପିତା ।
  • ଅଧର୍ମ ବିତ୍ତ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ ।
  • ଅଙ୍ଗୁଳି ସନ୍ଧିରେ ମଳି
    ଭିତରେ ଭିତରେ ସଲା ସୁତୁରାଲୋ
    ଉପରେ ଉପରେ କଳି ।
  • ଅନ୍ଧ ଥରେ ବାଡ଼ି ହଜାଏ ।
  • ଅନ୍ଧାରରେ ବାଡ଼ି ବୁଲାଇବା ।
  • ଅରଜି ନପାରେ ମୁଣ୍ଡ, ସୁଆଦ ଲୋଡୁଚି ତୁଣ୍ଡ ।
  • ଅଳପ ଧନ ବିକଳ ମନ (ଧନହୀନ ବ୍ୟକ୍ତି ଆବଶ୍ୟକ ମୁତାବକ ବିଭିନ୍ନ ପଦାର୍ଥ ସଂଗ୍ରହ ନକରିପାରିବାରୁ, ତାର ମନ ବିକଳ ହୋଇଥାଏ ) ।


  • ଆ ବଳଦ ମୋତେ ବିନ୍ଧ ।
  • ଆତଙ୍କ ବେଳେ ଯାଚନ୍ତି କୁକୁଡ଼ା, ଆତଙ୍କ ଗଲେ ଦିଅନ୍ତି ନେଫେଡ଼ା (ଅନେକ ସମୟରେ ମଣିଷ ବିପଦରେ ପଡିଥିବାବେଳେ ଏଥିରୁ ବର୍ତ୍ତିବା ନିମନ୍ତେ ଭଗବାନଙ୍କ ନିକଟରେ କିଛି ମାନସିକ ଯାଚିଥାଏ । ବିପଦ ଟଲିଗଲା ପରେ ସେଥିପ୍ରତି ଧ୍ୟାନ ଦେଇନଥାଏ ) ।
  • ଆଜି କୁରୁ କୁରୁ ହସୁ, କାଲି ଲଙ୍ଗଳ କାହିଁରେ ଚଷୁ ? (ରାତିରେ ଭୋଜି କଲାବେଳେ ଜାଳେଣୀ ଅଭାବ ହେଲେ ଲଙ୍ଗଳ ହାଣି କାମ ଚଳେଇ ଦେଲେ, ସକାଳକୁ ଚାଷ କରିବାକୁ ଲଙ୍ଗଳ ନଥାଏ ।)[1]
  • ଆଜ ହୁଁ ଏଡ଼େ, ପାଣି ପଡିଲେ ହବୁ କେଡ଼େ - ଛୋଟବେଳୁ ଏତେ ଦୁର୍ଗୁଣ, ବଡ଼ ହେଲେ କ'ଣ ନ କରି ପାରିବ - ନକାରାତ୍ମକ ଭାବରେ ବ୍ଯବହାର ହୁଏ ।
  • ଆଜି ଖୁଦ ଯାଉ କାଲି ଗଇଁଠା, ପଅର ଦିନକୁ ଦାରି ଅଇଁଠା ।
  • ଆରେ ଏ, ଯେତେବେଳେ ଯେ —“Take appropriate action according to situation”
  • ଆପଣା ହସ୍ତେ ଜିହ୍ଵା ଛେଦି, କେ ଅଛି ତାର ପ୍ରତିବାଦୀ
  • ଆସିଲ ବନ୍ଧୁ ଭଲ କଲ, ବସିବାକୁ ନାହିଁ ଠା, ଯେଉଁ ବାଟେ ବାଟେ ଆସିଲ ବନ୍ଧୁ ସେଇ ବାଟେ ବାଟେ ଯା ।
  • ଆଲୋ ମୁତୁରି ଶୋଇବା, ତୁ ମୁତୁରୀ କି ମୁଁ ମୁତୁରା ହେଂସ କାହିଁପାଇଁ ଧୋଇବା...!!! (ଯଦି ଦୁଇଜଣ ସମଦୋଷ କରନ୍ତି )
  • ଆଲୋ ସଖି, ଆପଣା ମହତ ଆପେ ରଖି — ନିଜ ସମ୍ମାନକୁ ନିଜେ ରଖିବାକୁ ପଡ଼ିବ ।
  • ଆରେ ଢମଣା , ବୁଲି ବୁଲିକରି ସେଇ ଅଗଣା ।


  • ଏକା ମାଘକେ ଶୀତ ଯାଏନାହିଁ।
  • ଏଇ କଥାକୁ ନାଁ ପେଲିଦେଲି କଲିକତାକୁ
  • ଏ କଥା ରହିଲା ମାନେ, ବେଳ କାଳ ଦେଖି କହିବି ଦିନେ


  • ଓଷଦ ରାଗରେ ତାଟିଆ କାମୁଡ଼ିବା
  • ଓଧ ସାଙ୍ଗରେ ଭୁଆ ବିଲେଇ ବାଇ


  • କାନ୍ଦୁଥା ଯାହା ପାଉଥିବୁ ବାନ୍ଧୁଥା ॥
  • କାନ୍ଧରେ ପଡିଲେ ବଜାଇ ଶିଖନ୍ତି
  • କାହାକୁ କହିବା, କପାଳରେ ସିନା କର ମାରିବା
  • କାଚ, କାଚ, ମଣି, ମଣି, କିଣା ବିକା ବେଳେ ଜଣା ଜଣି
  • କଂସାରୀ ଘର ପାରାଙ୍କୁ କୁଲା ଢାଉଁ ଢାଉଁ
  • କୁଟା ଖଣ୍ଡକ ଦିଖଣ୍ଡ ନ କରିବା
  • କୁଳ ବୋହୂ କାଳିଆ ହେଉ, ଗଙ୍ଗାଜଳ ଗୋଳିଆ ହେଉ
  • କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ
  • କୁହାଯାଉଥାଇ ସିନା, ତୁହାଇ ତୁହାଇ ପୁଟ ଦେଲେ କାହିଁ, ଲୁହା କି ହୋଇବ ସୁନା
  • କେଉଟ ଧରେ ମାଛ, ଖାଏ କଙ୍କଡ଼ା
  • କେତକୀ ଖଇର କସ୍ତୁରୀ ବଟୀ, ମହକରେ ପୁର ଯାଉଛି ଫାଟି


  • ଖସ କୁଣ୍ଡାଇ ଘା କରିବା
  • ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ
  • ଖାଇବ ଦକ୍ଷିଣେ ଶୋଇବ ବାଆଁ, ଭାତ ଝଡ଼ିଯିବ ଆପଣା ଛାଆଁ


  • ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି
  • ଗଜପତିଙ୍କ ଖଟଣୀ ବିଡ଼ିଅା, କି ଗୁଣ କହିବି ବଡବଡ଼ିଆ
  • ଗଙ୍ଗା ମାତା, ହିରଣ୍ୟ ବାପ, କଂସ ମାମୁଁ, କର୍ଣ୍ଣ ଭାଇ, ଏମାନଙ୍କର ଦୟାମାୟା ନାହିଁ !
  • ଗରଜିଲା ମେଘ ବରଷେ ନାହିଁ
  • ଗର୍ଭଧାରିଣୀ ଆଉ କ୍ଷୀର ଦିଆ, ଗୁରୁପତ୍ନୀ ଆଉ ସାବତ ମାଆ, ମାଇଁ, ବ୍ରାହ୍ମଣୀ, ଧାଈ ଆଉ ଗାଇ, ଶାସ୍ତ୍ରେ ଏମାନଂକୁ ଜନନୀ କହି
  • ଗାଁ କନିଆଁ ସିଂଘାଣି ନାକୀ
  • ଗୋଠ ମାତିଲେ, ଖଣ୍ଡିଆ ମାତେ
  • ଗୋଦରା କୋଡେ ଯେତେ ମାଡ଼େ ସେତେ
  • ଗୋଦରୀ ଲୋ ଗୋଡ଼କୁ ଅନା


  • ଚମ୍ପା ଫୁଲ ତୋହରି ଲାଗି, ଦିନେ ଦିନେ ଖାଏ ଗାଁ ରୁ ମାଗି ॥
  • ଛିଲୋ ଛତୁ, ମେଘ ବରଷିଲେ କେତେ ଖାଆନ୍ତୁ
  • ଝିଅ କେତେ ଦେଖାଉଛି ଚାତର, ମା ବିକୁଥିଲା ଚିଙ୍ଗୁଡ଼ି ଶୁଖୁଆ, ବୋପା ବିକୁଥିଲା ପତର


  • ଦୁଃଖର ସୁଖର ମଣି, ଦୁଃଖରୁ ସୁଖରୁ ଆସିଲା ବେଳକୁ ଧାନ ଦେଇଥିବୁ ପଣି
  • ନଇ ନ ଦେଖୁଣୁ ନଙ୍ଗଳା
  • ପାଚିଲା ପାନକୁ ଚାନ୍ଦିଆ ଗୁଆ, ଛଣା ମୋତି ଚୂନ କପୂର ଦିଆ
  • ପୋଲ ପୋଲ ପୋଲ ଆଡ଼ିଶା, କିଏ ନଜାଣେ ସାଇପଡ଼ିଶା
  • ଫୁଲାକୁ ଫୁଲି, କୁଣ୍ଡା ରାନ୍ଧିଦେଲେ ବାହାର ଚୁଲି,


  • ବାଇ ବରବର କେନ୍ଦୁ, ଆଷାଢ଼ ମାସରେ ଘଇତା ମଲେ ଧାନ ଦୁଆ ବେଳେ କାନ୍ଦୁ
  • ବାଉରି ଫୁଲା, ତାତଲା ଜାଉରେ ବିଞ୍ଚଣା ବୁଲା
  • ବାହାଘର ବେଳେ ବାଇଗଣ ରୂଆ
  • ଭାସି ଯାଉଥିଲୁ ମଝିନଇରେ ଧରି ଆଣିଥିଲି ତତେ, ଠାକୁଆ ଗାଲରେ ମାଉଁଶ ଲାଗିଲା ଜବାବ ଦେଉଛୁ ମତେ


  • ମଳୁ ଖୋଜୁଥିଲା କାକରପାଣି, ବଇଦ କହିଲା ଦେ ତୋରାଣି!
  • ମାଲୁଣି ହାତରେ ଲଙ୍କା ମରିଚଲୋ, ମାଳି ହାତେ ଫୁଲ ହାର, ଯାହା ମନ କଥା, ସିଏ ଜାଣେ ସିନା, ତାହା କି ଜାଣିବ ପର ॥
  • ମୁଳୁରୁ ମାଇପ ନାହିଁ ପୁଅ ନାଁ ଗୋପାଳ
  • ମୋତେ ଯେତେ ମାଠିବୁ ମାଠ ମୁହିଁ ସେଇ ଦରପଡ଼ା କାଠ


  • ଯଦି କେହି ଦୃଢ଼ମନା ହୋଇ ରହେ....ତେବେ...
    ତୁ କେତେ ହଲଉଚୁ ହଲା...
    ମୁଁ କିଛି ନହଲିଲେ ଗଲା...!!!
  • ଯଦି ସମୁଚିତ ସମ୍ମାନ ନମିଳେ...
    ମାଲୋ ମଲି,
    ଗାଁ ଚାରିଆଡ଼େ ବୁଲି ଆଇଲି...
    କେହି ନକହିଲେ ବସ ବୋଲି...!!!
  • ଯଦି କେହି ବହୁତ ଦେଖାଶିଖା କରନ୍ତି...
    ଅପାଇ ପାଇଚି ପିଲା,
    ନା ଗାଁ ଯାକ କିଲିବିଲା...!!!
  • ଯଦି କେହି ଗର୍ବର ସମସ୍ତ ସୀମା ଟପିଯାଏ...
    କ୍ଷୀର ଉତୁରିଲେ ଚୁଲିକୁ,
    ମଣିଷ ଉତୁରିଲେ ଗାତକୁ...!!!
  • ଯଦି କେହି ଦୁଃଖ ସହି ନପାରେ...
    ଛାଡ଼ ଅଞ୍ଚଳ ମହାବାହୁ...
    ଏ ଜନ୍ମେ ଭେଟ ନାହିଁ ଆଉ...!!!
  • ଯଦି କେହି ଅଯଥାରେ ଆସ୍ଫାଳନ ଦେଖାଇ ହୁଏ...
    ଚୂଲିମୂଳେ ନହୁଣିଆ ପାରୁଥିବ ବିଲେଇ...
    ପୁଅ ଦେଖଉଚି ନୁଖୁରା ବଡ଼େଇ...!!
  • ଅଯଥା ନାଟହାଟ କରି ଆଣିଲେ...
    ସରବଜାଣ ହେଇଚି
    ହଗୁଛି...ମୁତୁଛି ଆଉ ଘରକୁ ଆଣୁଛି...!


  • ରାଣ୍ଡକୁ ଲଗାନାହିଁ କି ଷଣ୍ଢକୁ ପଘାନାହିଁ...!!! (ଯଦି କେହି ନାରୀ ଆସ୍ପର୍ଦ୍ଧା ଦେଖାଏ ।)
  • ରାଧା କହିଲେ ଦୂତୀ କି, ଯାହା ହେଇଚି ସେତିକି...!!! (ଯଦି କଥା ଅସମ୍ଭାଳ ହୋଇଉଠେ ।)


  • ଖଟା ଖାଇଲେ ଗଡଇ ନାଡା , ମିଠା ଖିଆଯେ ବେମାରୀ ବଢା

ପିତା ଖାଇଲେ ଶୁଖଇ ବୀଜ, ରାଗ ଖାଇଲେ ମଉଳେ ତେଜ
ଲୁଣ ଖାଇଲେ ଉଠଇ ଶୋଷା, ଛାତି ଧରଇ ଖାଇଲେ କଷା

  • ଗଂଗାଦି ନାନା ତୀର୍ଥ ନିକଟେ ଥାଇଣ ଚାତକ, ଜଳଦ ଜଳ ଟୋପେକୁ ଆଶ୍ରାକରି ଅବିରତେ ତୃଷୀକ
  • ଲୋଭୀ ବାଜପେୟୀ ଖଣ୍ଡେ ଖାଇଲା. ଚାରିଦିନ କାଳ ଘରେ ଶୋଇଲା
  • ସୁହାଗିଆ ଭାଇ ସାହୁ
    ଦିନେ ନ ଦେଉ କାଳେ ନ ନେଉ
    ବାଡ଼ି ପଛେ ଯାଉଥାଉ ॥
  1. Script error: No such module "wq/or/Citation/CS1".