Wq/or/ବନ୍ଦନା/ଆହେ ଦୟାମୟ ବିଶ୍ଵ ବିହାରୀ

From Wikimedia Incubator
< Wq‎ | or

ଏହା ଏକ ଭଗବାନ ବନ୍ଦନା । ଏହି କବିତାଟି ରାମକୃଷ୍ଣ ନନ୍ଦଙ୍କ ଦେଇ ଲେଖାଯାଇଥିଲା । ଏହା ବିଦ୍ୟାଳୟ ମାନଙ୍କରେ ପ୍ରାର୍ଥନା ଭାବରେ ବୋଲାଯାଇଥାଏ ।

ଆହେ ଦୟାମୟ ବିଶ୍ଵ ବିହାରୀ,
ଘେନ ଦୟାବହି ମୋର ଗୁହାରି
ଜଳ ସ୍ଥଳ ବନ ଗିରି ଆକାଶ
ତୁମ ଲୀଳା ସବୁଠାରେ ପ୍ରକାଶ
ତୁମେ ଶୁଭ ବୁଦ୍ଧି ପରା ଶିଖାଅ,
ତୁମେ ଭଲ ବାଟ ପରା ଦେଖାଅ
ମୋର କାମକୁ କରାଅ ସରସ,
ମୋର ମୁଖେ ଦିଅ ଚିର ହରଷ
ତୁମ ଚରଣରେ ମୋର ଭକତି,
ଦିଅ ବିପଦେ ଆପଦେ ଶକତି
କୁଟ କପଟ ସ୍ଵଭାବ ଜାହାର,
ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥