Wq/or/ପହେଳି

From Wikimedia Incubator
< Wq‎ | or
Wq > or > ପହେଳି
  1. କଣା ବଣା ଧଇଲେ କେଉଁ ଆଡକୁ ପାଏ?
ଛୋଟ ଯେବେ ବଣା ଧରେ ଚାମର ପଡୁଥାଏ ।
  1. କଅଁଳ ନଡିଆ ଖାଇବା ସୁଖ
କଅଁଳ ଗୁଆଯେ ବାନ୍ଧଇ ମୁଖ
କଅଁଳ ଭାତଯେ ଭେଣ୍ଡାକୁ ରୁଖ (ମଦ)
କଅଁଳା ବାଛୁରୀ ଦୁଧ ପରଖ
କଅଁଳା ପୁଅଯେ ଲୋଡଇ କାଖ
କଅଁଳ କାଠଯେ ନୁହଁଇ ଅଖ
ଦନାଇ କହି
କଅଁଳ କୁହାକୁ ବିଶ୍ବାସ ନାହିଁ ।
  1. କଇଁ ନାଡ଼ିରୁ ପାଣି ହୁଏ ଜାଣି
ପଣ୍ଡିତ ଜାଣିବ କଥା ବଖାଣି
କୁଳୀନ ଜାଣିବ ବ୍ୟବହାରରୁ
ଜମି ଚିହ୍ନିବ ଜିଆ-ଗାଳିବାରୁ
ଦନାଇର ପଦ
ବନ୍ଧୁ ଚିହ୍ନିବ ପଡିଲେ ବିପଦ ।
  1. କାତ ନଥାଇ ନଉକା ବାହିବା
ଭାତ ନ ଖାଇ ଯାତ ଦେଖି ଯିବା
ଛାତ ଦଦରା ପକାରେ ଶୋଇବା
ଗାତ ନ ଖୋଳି ଗଛ ଲଗାଇବା
ତାତ ନ ଖାଇ ଲୁହା ବାଡ଼େଇବା
ପର ନାତୁଆ ଗାଈକୁ ଦୁହିଁବା
ଦନାଇ କହଇ
ପ୍ରାଣେ ପୀଡ଼ା ଲୋକହସା ହୁଅଇ ।