Wq/or/ତୁଳନାତ୍ମକ ଢଗ

From Wikimedia Incubator
< Wq‎ | or
Wq > or > ତୁଳନାତ୍ମକ ଢଗ
  1. କଦଳୀ ପତର ସଭାକୁ
    ଚମ୍ପା ନାଗେଶ୍ବର ଗଭାକୁ
    ନିକ ଚାଉଳ ଭାତକୁ
    କଳା କେନ୍ଦୁ ବାଡ଼ି ହାତକୁ
    କୋଚିଲା ଖାଇ ଯେ ବାତକୁ
    ଖରାଦିନ ରାତି ଯାତକୁ
    ସରସ ବୋଲିରେ କହଇ ଦନାଇ
    ପାଇଥାଏ ତାର ଚିତ୍ତକୁ ॥
  2. ନଈ କେ ବାଙ୍କ
    ଦେଶ କେ ଫାଙ୍କ॥
  3. ଝଟା ଗଛ ବୋଲି ପୋତିଦେଲି ରଙ୍ଗା
    ଫଳିଲା ପିତା ତୋରଡ଼ା
    ରୋହିମାଛ ବୋଲି ଫିଙ୍ଗିଦେଲି ଜାଲ
    ପଡ଼ିଲା ଦଶଗୋଡ଼ିଆ କଙ୍କଡ଼ା
    ବୀରବର, କପାଳଟା ମୋର ପୋଡ଼ା ॥
  4. ଭୋକେ ବଙ୍ଗାଳୀ ନିଦ ଯାଏ
    ଭୋକେ ଓଡ଼ିଆ ପାନ ଖାଏ ॥
  5. ଆଉଁଶିଲା କୁକୁର ମୁଁହ ରେ ମୁତେ