Wq/or/ଚଢ଼େଇଆ ସଙ୍ଗୀତ

From Wikimedia Incubator
< Wq‎ | or
Wq > or > ଚଢ଼େଇଆ ସଙ୍ଗୀତ

ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର
ରସିକା ରମଣୀ ରସ ବିଳାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥

ଚଢ଼େଇଆ-ଚଢ଼େଇଆଣି କଥୋପକଥନ[edit | edit source]

ଚଢ଼େଇଆ ଚଢ଼େଇଆଣିକୁ:
ଶୁଣ ହେ ନାଗର      କୁହ ମୋ ଆଗର

ପୃଥିବୀ କାହୁଁ ହୋଇଲା
କିଏ ଜାତ କଲା      କାହୁ ସେ ଅଇଲା
ଏକଥା କହିବ ଭଲା ॥

ଚଢ଼େଇଆର ଉତ୍ତର:
ସେ ସତ୍ୟ ଯୁଗେଣ        ନିଜେ ନାରାୟଣ

ବଟ ପତ୍ରରେ ଭାସିଲେ ଗୋ

ମେଦାସୁରକୁ ସେ        ବଧ ଯେ କରିଣ

ମେଦିନୀ ତିଆରି କଲେଗୋ

ସେ ସତ୍ୟ ଯୁଗର        ସତ ନାହିଁ ଦରକାର ଗୋ....