Wq/or/କେଶବ କୋଇଲି

From Wikimedia Incubator
< Wq‎ | or
Wq > or > କେଶବ କୋଇଲି

କେଶବ କୋଇଲି ୧୩ଶ ଶତକରେ କବି ମାର୍କଣ୍ଡ ଦାସଙ୍କ ରଚିତ ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ଓଡ଼ିଆ ଭାଷାରେ ରଚିତ ପ୍ରଥମ ମାନକ ସାହିତ୍ୟ ଲେଖା ବୋଲି ଅଭିହିତ ।

  1. କୋଇଲି, କେଶବ ଯେ ମଥୁରାକୁ ଗଲା,
କାହା ବୋଲେ ଗଲା ପୁତ୍ର ବାହୁଡି ନଇଲା ଲୋ, କୋଇଲି ।
  1. କୋଇଲି, ଖଣ୍ଡକ୍ଷୀର ଦେବି ମୁଁ କାହାକୁ,
ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
  1. କୋଇଲି, ଗଲା ପୁତ୍ର ବାହୁଡି ନଇଲା,
ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ, କୋଇଲି ।
  1. କୋଇଲି, ଘର ମୋର ନ ମଣନ୍ତି ନନ୍ଦ,
ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ, କୋଇଲି ।
  1. କୋଇଲି, ନନ୍ଦ ଦେହ ପାଷାଣେ ଗଢିଲା,
ନୟନେ କଜ୍ଜଳ ଦେଇ ରଥେ ବସାଇଲା ଲୋ, କୋଇଲି ।
  1. କୋଇଲି, ଚଳୁଥାଇ କଟିସ୍ଥ ମେଖଳୀ,
ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ, କୋଇଲି ।
  1. କୋଇଲି, ଛାଟକେ ମୁ ମାଇଲି ପୂରୁବେ,
ଛାଡି ଅବା ଗଲେ କୃଷ୍ଣ ସେହି ପରାଭବେ ଲୋ, କୋଇଲି ।
  1. କୋଇଲି, ଦୂତପଣେ ଅ ଇଲା ଅକ୍ରୂର,
ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ଲୋ, କୋଇଲି ।
  1. କୋଇଲି, ଝୁରୁ ଝୁରୁ ଲୁହ ନ ରହିଲା,
ଝଗଡା ସାରିଣ କୃଷ୍ଣ ମଥୁରା ରହିଲା ଲୋ, କୋଇଲି ॥
  1. କୋଇଲି, ନିଶା କାଳେ ହରି ମାଗେ ଚାନ୍ଦ,
ନୟନ ଟେକିଣ ତାକୁ ରାଉଥାନ୍ତି ନନ୍ଦ ଲୋ, କୋଇଲି ॥