Wq/or/କବିତା/ ସନ୍ଥ କବୀର/୬:ଚନ୍ଦ୍ରମା ଏକ ଦିଏ ଝଟକ ମମ ଶରୀର ଭିତରେ

From Wikimedia Incubator
ସନ୍ଥ କବୀର > ୬:ଚନ୍ଦ୍ରମା ଏକ ଦିଏ ଝଟକ ମମ ଶରୀର ଭିତରେ

ଚନ୍ଦ୍ରମା ଏକ ଦିଏ ଝଟକ ମମ ଶରୀର ଭିତରେ [1][edit | edit source]

(chandâ jhalkai yahi ghat mâhîn / There is a moon inside my body)

ଚନ୍ଦ୍ରମା ଏକ ଦିଏ ଝଟକ ମମ ଶରୀର ଭିତରେ,
ଚନ୍ଦ୍ରମା ଅଛି, ସୂର୍ଯ୍ୟ ବି ଅଛି, ଅନ୍ଧ ମୁଁ ଦେଖି ନ ପାରେ ।

ସଦା ଶାଶ୍ଵତ ଅବିଦ୍ୟମାନ ବାଦ୍ୟେ ଝଙ୍କୃତ ଅନ୍ତର,
ଦୁଃଖର କଥା, ବଧୀର କର୍ଣ୍ଣ ଶୁଣି ପାରେନି ଝଙ୍କାର ।

ଯେବେ ମାନବ କହେ 'ମୁଁ' , 'ମୋର', ପ୍ରଭୁ କାର୍ଯ୍ୟ ସବୁ ମୃତ,
'ମୁଁ' , 'ମୋର' ପ୍ରେମ ହୋଇଲେ ମୃତ ପ୍ରଭୁଙ୍କ କାର୍ଯ୍ୟ ସାଧିତ ।

ଲକ୍ଷ ତାଙ୍କର କେବଳ ମାତ୍ର ଦିବ୍ୟ ଜ୍ଞାନ ମାନବର,
ଉପଲବ୍ଧ ଯଦି ସେ ହେଲା, ସାଧିତ କାର୍ୟ୍ୟ ତାଙ୍କର ।

ପୁଷ୍ପ ପୁଷ୍ପିତ ଫଳ ନିମିତ୍ତ, ତା ପରେ ହୁଏ ମଳିନ,
କସ୍ଥୁରୀ ଥାଇ ମୃଗ ଶରୀରେ, ତୃଣ ଚରିବାକୁ ମନ ।


ଆଧାର[edit | edit source]

  1. http://www.sacred-texts.com/hin/sok/sok007.htm