Wq/or/କବିତା/ ସନ୍ଥ କବୀର/୬୯: ମସଜିଦରେ ଖୁଦା ଅଛନ୍ତି

From Wikimedia Incubator
ସନ୍ଥ କବୀର > ୬୯: ମସଜିଦରେ ଖୁଦା ଅଛନ୍ତି

ମସଜିଦରେ ଖୁଦା ଅଛନ୍ତି [1][edit | edit source]

ମସଜିଦରେ ଖୁଦା ଅଛନ୍ତି, !! ସଂସାର ତେବେ କାହାର ?
ଯଦି ତୀର୍ଥର ମୂର୍ତ୍ତିରେ ରାମ, ବୁଝିବ କିଏ ସଂସାର ?

ପୂର୍ବରେ ହରି, ପଶ୍ଚିମେ ଆଲ୍ଲା, ଦେଖ ହୃଦୟ ଭିତରେ,
ପାଇବ ତୁମେ ରାମ, କରିମ, ଉଭୟ ସେହି ସ୍ଥାନରେ ।

ତାଙ୍କ ପ୍ରକାଶ ନାରୀ, ପୁରୁଷ, ଏହି ସମସ୍ତ ସଂସାର,
ଆଲ୍ଲା, ରାମଙ୍କ ପୁତ୍ର କବୀର, ସେହି ମୋ ଗୁରୁ ଓ ପୀର ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir