Wq/or/କବିତା/ ସନ୍ଥ କବୀର/୪୭: ଅଦ୍ଭୁତ ଏକ ବୃକ୍ଷ ରହିଛି

From Wikimedia Incubator
ସନ୍ଥ କବୀର > ୪୭: ଅଦ୍ଭୁତ ଏକ ବୃକ୍ଷ ରହିଛି

ଅଦ୍ଭୁତ ଏକ ବୃକ୍ଷ ରହିଛି [1][edit | edit source]

ଅଦ୍ଭୁତ ଏକ ବୃକ୍ଷ ରହିଛି, ଠିଆ ହୋଇ ବିନା ଚେର,
ପୁଷ୍ପିତ ବିନା ଫଳ ଫଳିଛି, ନାହିଁ ଶାଖା ଅବା ପତ୍ର ।

ଦୁଇଟି ପକ୍ଷୀ ଗୀତ ଗାଆନ୍ତି, ଏକ ଚେଲା ଅନ୍ୟ ଗୁରୁ,
ଚେଲା ଚାଖୁଛି ଜୀବନ ଫଳ, ଆନନ୍ଦେ ଦେଖଇ ଗୁରୁ ।

ଖୋଜିଲେ ପକ୍ଷୀ ମିଳଇ ନାହିଁ କିନ୍ତୁ ସଦା ଦୃଶ୍ୟମାନ,
ଆକାର ମଧ୍ୟେ ନିରାକାର ସେ, ଆକାରର ଗାଏ ଗୁଣ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir