Wq/or/କବିତା/ ସନ୍ଥ କବୀର/୩୦: ବସିଛି ପକ୍ଷୀ ଏହି ବୃକ୍ଷରେ

From Wikimedia Incubator
ସନ୍ଥ କବୀର > ୩୦: ବସିଛି ପକ୍ଷୀ ଏହି ବୃକ୍ଷରେ

ବସିଛି ପକ୍ଷୀ ଏହି ବୃକ୍ଷରେ[1][edit | edit source]

ବସିଛି ପକ୍ଷୀ ଏହି ବୃକ୍ଷରେ,
ନାଚୁଅଛି ସେ ମନ ଖୁସିରେ ।

କେହି ନ ଯାଣେ ଅଛି କେ ସ୍ଥାନେ,
କିଏ ଜାଣେ ତା ସଙ୍ଗୀତ ମାନେ ।

ଶାଖାର ଛାଇ ବହଳ ସ୍ଥାନ,
ପାତିଛି ତାର ନୀଡ ସଂସ୍ଥାନ ।

ସଂଧ୍ୟାରେ ଆସି ସକାଳେ ଯାଏ,
ଉଡିଯାଏ ଓ କଥା ନ କହେ ।

ମମ ଶରୀର ମଧ୍ୟେ ସେ ଥାଇ,
ରହେ ମଧୁର ଗୀତ ସେ ଗାଇ ।

ନାହିଁ ଆକାର, ନା ପଛ ଆଗ,
ନାହିଁ ତା ରଙ୍ଗ ନୁହେଁ ବେରଙ୍ଗ ।

ଅପ୍ରାପ୍ୟ, ଅସୀମ, ଚିରନ୍ତନର,
ବାସ, ଅଜଣା ଯିବା ଆସିବାର ।

କହେ କବୀର ଶୁଣ ଭାଇ ସାଧୁ ,
ଖୋଜିବା, ସାଧୁଙ୍କୁ ଛାଡି ଦିଅନ୍ତୁ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir