Wq/or/କବିତା/ ସନ୍ଥ କବୀର/୨୬: ଓଁ ଦ୍ଵାରା ହିଁ ସମସ୍ତେ ସୃଷ୍ଟ

From Wikimedia Incubator
ସନ୍ଥ କବୀର > ୨୬: ଓଁ ଦ୍ଵାରା ହିଁ ସମସ୍ତେ ସୃଷ୍ଟ

ଓଁ ଦ୍ଵାରା ହିଁ ସମସ୍ତେ ସୃଷ୍ଟ [1][edit | edit source]

ଓଁ ଦ୍ଵାରା ହିଁ ସମସ୍ତେ ସୃଷ୍ଟ,
ପ୍ରେମ ଆକାର ତାଙ୍କ ବୈଶିଷ୍ଟ୍ୟ ।

ନିରାକାର ସେ ନୁହେଁ ଗଳିତ,
ନିର୍ଗୁଣ ସାଥେ ଖୋଜୁ ସଙ୍ଗତ ।

ଭକ୍ତ ଚକ୍ଷୁରେ ସହସ୍ରାକାର,
ଅବିନାଶୀ ଓ ଅତି ପବିତ୍ର ।

ଅସୀମାକାର, ଚିନ୍ତା ବାହାର,
ନୃତ୍ୟ କରନ୍ତି ଅତି ଖୁସିର ।

ନୃତ୍ୟରୁ ଆସେ ବହୁ ଆକାର,
ଊର୍ମି ସମାନ ଚମତ୍କାର ।

ତାଙ୍କ ଖୁସିରେ ହେଲେ ବିଭୋର,
ମନ ଶରୀର ନୁହେଁ ନିଜର ।

ଏକତ୍ର ସୁଖ ଦୁଃଖ ବିଲୀନ,
ତାହା ସାଥୀରେ ମନ ଚେତନ ।

ପ୍ରାରମ୍ଭ ନାହିଁ, ନାହିଁ ବି ଶେଷ,
ସଭୁଙ୍କୁ ଧରି ରଖେ ଆଶିଷ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir