Wq/or/କବିତା/ ସନ୍ଥ କବୀର/୧୪: ନଦୀ ବା କଲ୍ଲୋଳ

From Wikimedia Incubator
ସନ୍ଥ କବୀର > ୧୪: ନଦୀ ବା କଲ୍ଲୋଳ

ନଦୀ ବା କଲ୍ଲୋଳ [1][edit | edit source]

ବିଭିନ୍ନ ନାମ କିନ୍ତୁ ସମାନ, ହେଉ ନଦୀ ବା କଲ୍ଲୋଳ,
ଊର୍ମି ଉଚ୍ଛ୍ଵଳ ହେଲେବି ଜଳ, ପତିତ ହେଲେ ବି ଜଳ ।

କୁହନ୍ତୁ ସାଧୁ, ଏକ ଆକାର, କେଉଁଠି ଅଛି କନ୍ଦଳ,
ନାମଟି ତାର ଊର୍ମି ହେଲେ ବି କେ ବୁଝେନି ତାକୁ ଜଳ ?

ବ୍ରହ୍ମାଭ୍ୟନ୍ତରେ ମାଳା ପ୍ରକାରେ, ରହିଥାଏ ଏ ସଂସାର,
ଜ୍ଞାନ ନୟନ ସାହାଯ୍ୟେ ଦେଖ, ହେବ ତୁମ ଭାବାନ୍ତର ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir