Wq/or/କବିତା/ ସନ୍ଥ କବୀର/୧୦: ତୁମ ପାଖକୁ ଟାଣିଲ ମୋର ସୁପ୍ରୀତି ଆହେ ଫକୀର

From Wikimedia Incubator
ସନ୍ଥ କବୀର > ୧୦: ତୁମ ପାଖକୁ ଟାଣିଲ ମୋର ସୁପ୍ରୀତି ଆହେ ଫକୀର

ତୁମ ପାଖକୁ ଟାଣିଲ ମୋର ସୁପ୍ରୀତି ଆହେ ଫକୀର [1][edit | edit source]

(tohi mori lagan lagâye re phakîr wâ)

ଶୋଇଥିଲି ମୁଁ ମୋ ବଖରାରେ, କଲ ମୋତେ ଉଜାଗର,
ବାଜିଲା ତୁମ ସ୍ଵରର ଡାକ, ମୋ କାନରେ ହେ ଫକୀର ।

ଗଭୀର ସିନ୍ଧୁ ଏହି ସଂସାର, ଭେଳା ବୁଡୁଥିଲା ମୋର,
ରକ୍ଷା କରିଲ ମୋ ବାହୁ ତୋଳି ତୁମ ହାତରେ ଫକୀର ।

ଏକ ହିଁ ଶବ୍ଦ ଦ୍ଵିତୀୟ ନାସ୍ତି, ସମସ୍ତ ବନ୍ଧନ ଛିନ୍ନ,
ତୁମ ହୃଦୟେ ମୋର ହୃଦୟ, ଫକୀର କଲ ସଂଲଗ୍ନ ।


ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir