Wq/or/କବିତା/ସନ୍ଥ କବୀର/୯୨: ସାଧୁ ଏ ଗ୍ରାମ ମଡ଼ାଙ୍କ ଗ୍ରାମ

From Wikimedia Incubator
< Wq‎ | or

ସାଧୁ ଏ ଗ୍ରାମ ମଡ଼ାଙ୍କ ଗ୍ରାମ[1][edit | edit source]

ପୈଗମ୍ବର ମରେ, ପୀର ବି ମରେ, ମରେ ପ୍ରାଣବନ୍ତ ଯୋଗୀ,
ରାଜା ମରନ୍ତି, ପ୍ରଜା ମରନ୍ତି, ମରନ୍ତି ବୈଦ ଓ ରୋଗୀ ।
ଚନ୍ଦ୍ରମା ମରେ, ସୂର୍ଯ୍ୟ ବି ମରେ, ମରେ ଧରିତ୍ରୀ ଆକାଶ,
ଚଉଦ ଭୁବନ ଶାସକ ମରେ, ଏଠାରେ ରଖୁ କି ଆଶ ।
ନଅ ବି ମରେ, ଦଶ ବି ମରେ, ମରିଥାଆନ୍ତି ଅଠାଅଶୀ,
ତେତିଶ କୋଟି ଦେବ ମରନ୍ତି, କାଳର ଏହାହିଁ ଗତି ।
ନାମ ଅନାମ ରହେ ଅନନ୍ତ, ନାହିଁ ତ ତଥ୍ୟ ଦ୍ଵିତୀୟ,
କହେ କବୀର, ଶୁଣ ଭାଇ ସାଧୁ, ପଥ ଚ୍ୟୁତ ନାହିଁ ହୁଅ।

ଆଧାର[edit | edit source]

  1. http://www.detoxifynow.com/kabir-songs.htm